Categories: ବାଣିଜ୍ୟ

ହିରୋର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟରର ଲଞ୍ଚ: ଜାଣନ୍ତୁ ମୂଲ୍ୟ, ଫିଚର ଏଭଳି…

ନୂଆଦିଲ୍ଲୀ,୭।୧୦:ଦେଶରେ କ୍ରମାଗତ ଭାବେ ବୈଦ୍ୟୁତିକ ଯାନ ଲାଗି କ୍ରେଜ୍‌ ବୃଦ୍ଧି ପାଉଛି। ଏଥିନେଇ ଯାନବାହନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଗୋଟିଏ ପରେ ଗୋଟିଏ ବୈଦ୍ୟୁତିକ ଯାନକୁ ଭାରତୀୟ ବଜାରରେ ଲଞ୍ଚ କରୁଛନ୍ତି। ଏହି କ୍ରମରେ ଏବେ କିମ୍ବଦନ୍ତୀ ଦୁଇ ଚକିଆ ନିର୍ମାତା ହିରୋ ମୋଟୋକର୍ପ ଜବରଦସ୍ତ ଏଣ୍ଟ୍ରି କରିଛି। କମ୍ପାନୀ ପକ୍ଷରୁ ଇ-ସ୍କୁଟର ଭିଡା(VIDA) ଭି୧କୁ ଲଞ୍ଚ କରାଯାଇଛି।

ହିରୋ ମୋଟାକର୍ପ ଏହାର ଇ-ସ୍କୁଟର ଭିଡା ଭି୧କୁ ଦୁଇ ପ୍ରକାରରେ ଲଞ୍ଜ କରିଛି। ଏଥିରେ ପ୍ରଥମ ଭିଡା ଭି୧ ପ୍ରୋ ଏବଂ ଦ୍ୱିତୀୟ ଭିଡା ଭି୧ ପ୍ଲସ ରହିଛି। ତେବେ ମାର୍ଚ୍ଚରେ ସମଗ୍ର ବିଶ୍ୱକୁ ଦେଇଥିବା ପ୍ରତିଶ୍ରୁତିକୁ କମ୍ପାନୀ ପୂରଣ କରିଛି ବୋଲି ଉନ୍ମୋଚନ ଅବସରରେ ଏମ୍‌ଡି ତଥା ସିଇଓ ପଓ୍ବନ ମୁଞ୍ଜାଲ କହିଛନ୍ତି।

ହିରୋ ଭିଡା ଭ୧ ପ୍ଲସର ମୂଲ୍ୟ ୧,୪୫,୦୦୦ ଟଙ୍କା ଏବଂ ହିରୋ ଭିଡା ଭି୧ ପ୍ରୋର ମୂଲ୍ୟ ୧,୫୯,୦୦୦ ଟଙ୍କା ରଖାଯାଇଛି। ତେବେ ଗ୍ରାହକ ମାତ୍ର ୨୪୯୯ ଟଙ୍କା ଟୋକନ ମନି ଦେଇ ଏହାର ବୁକିଂ କରିପାରିବେ। ଭିଡା ଭି୧ ପ୍ରୋକୁ ଥରେ ଚାର୍ଜ କଲେ ଏହା ୧୬୫ କିମି ଯାଏ ଚାଲିପାରିବ। ସେହିଭଳି ଭିଡା ଭି୧ ପ୍ଲସ ୧୪୩ କିମି ଯାତ୍ରା କରିପାରେ। ଉଭୟ ଉତ୍ପାଦର ଟପ୍‌ ସ୍ପିଡ୍‌ ୮୦ କିମି ରହିଛି।

Share