Categories: ବାଣିଜ୍ୟ

ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ

ନୂଆଦିଲ୍ଲୀ,୧୧।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ ‘ଶୁଭ ମୁହୁରତ୍‌ ଆୟା, ହିରୋ ସାଥ୍‌ ଲାୟା’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ହିରୋ ମୋଟୋକର୍ପର ତୃତୀୟ ସଂସ୍କରଣକୁ ଉଜ୍ଜୀବିତ କରିବାକୁ ଯାଇ ବ୍ରାଣ୍ଡ୍‌ ପକ୍ଷରୁ ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ୍‌ ଟ୍ରଷ୍ଟ (ଜିଆଇଏଫ୍‌ଟି)ର ଆକର୍ଷଣୀୟ ସୁଯୋଗକୁ ଗ୍ରାହକମାନଙ୍କ ମଧ୍ୟରେ ପ୍ରତିଫଳିତ କରାଇଛି।
ସେହିଭଳି ଶିଳ୍ପ ଜଗତରେ ପ୍ରଥମ ଥର ପାଇଁ ହିରୋ ମୋଟୋକର୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଜେନ୍‌-ଏଆଇ ଅଭିଯାନ ‘ଶୁଭ ମୁହୁରତ୍‌ ସାଥୀ’ର ଉପସ୍ଥାପନ କରିଛି,ଯାହାର ବିଶେଷତ୍ୱ ମଧ୍ୟରେ ଦିବେନ୍ଦୁ ଶର୍ମା ତଥା ହଂସିକା ମୋଟ୍‌ୱାନିଙ୍କ ଭଳି ଯୁବ ଆଇକନ ତଥା କଳାକାର ସାମିଲ ରହିଛନ୍ତି।
କମ୍ପାନୀ ଅନେକ ଆକର୍ଷଣୀୟ ଉତ୍ସବ ରିହାତି ପ୍ରଦାନ କରୁଛି। ଏହା ମଧ୍ୟରେ ହିରୋ ମୋଟୋକର୍ପର ପ୍ରିମିୟା ଆଉଟଲେଟରୁ ବିଶେଷ ବିନିମୟ ସୁବିଧା ସାମିଲ ରହିଛି। ଏପରିକି ୪.୯୯% ସର୍ବନିମ୍ନ ସୁଧ ହାର ଏବଂ ୧୯୯୯ ଟଙ୍କାରୁ କମ୍‌ ଡାଉନ ପେମେଣ୍ଟ ଭଳି ରିହାତି ଅଫର ରହିଛି।

Share