ନୂଆଦିଲ୍ଲୀ,୧।୮: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ମଙ୍ଗଳବାର ଇଡି ଚଢାଉ କରିଛି। ମନି ଲଣ୍ଡରିଂ ଘଟଣାର ଏକ ଅଂଶ ଭାବରେ ଏହି ଚଢାଉ ହୋଇଥିବା ଜଣାପଡିଛି। ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲଏ) ଅନୁଯାୟୀ ଦିଲ୍ଲୀ ଏବଂ ପଡୋଶୀ ଗୁରୁଗ୍ରାମରେ ଅବସ୍ଥିତ ଘରେ ଏହି ସର୍ଚ୍ଚ କରାଯାଇଥିଲା।
ସୂଚନାଯୋଗ୍ୟ, ମୁଞ୍ଜାଲଙ୍କ ନିକଟତମ ବ୍ୟକ୍ତିଙ୍କ ନିକଟରୁ ଅଘୋଷିତ ବିଦେଶୀ ମୁଦ୍ରା ମିଳିଛି। ଏହି ମାମଲାରେ ରାଜସ୍ବ ବିଭାଗ(ଡିଆରଆଇ) ମୁଦ୍ରାଗୁଡିକୁ ଜବତ କରିଛି।