ନୂଆଦିଲ୍ଲୀ,୨୯।୧୧: ଭାରତର ବୃହତ୍ତମ ଦୁଇ ଚକିଆ ଉତ୍ପାଦନକାରୀ ହିରୋ ମୋଟୋକର୍ପ ଏହାର ସମସ୍ତ ଦୁଇ ଚକିଆ ଯାନର ମୂଲ୍ୟ ଡିସେମ୍ବର ୧ରୁ ବୃଦ୍ଧି କରିବାକୁ ଘୋଷଣା କରିଛି। ହିରୋ ଏହାର ଦୁଇ ଚକିଆ ଯାନର ମୂଲ୍ୟକୁ ୧,୫୦୦ ଟଙ୍କା ବୃଦ୍ଧି କରିବାକୁ ଯାଉଛି। ଚଳିତ ବର୍ଷ ଚତୁର୍ଥ ଥର ପାଇଁ କମ୍ପାନୀ ମୂଲ୍ୟ ବୃଦ୍ଧି କରିଛି।
କମ୍ପାନୀ ଏହାର ବିବୃତ୍ତିରେ କହିଛି, ହିରୋ ମୋଟୋକର୍ପ ଡିସେମ୍ବର ୧ରୁ ମୋଟରସାଇକେଲ ଏବଂ ସ୍କୁଟରର ପୂର୍ବ ଶୋ’ରୁମ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । କ୍ରୟ ମଡେଲ, ଭାରିଆଣ୍ଟ ଅନୁଯାୟୀ ୧,୫୦୦ ଟଙ୍କା ବୃଦ୍ଧି କରାଯାଇଛି।
ପୂର୍ବରୁ ହିରୋ ମୋଟୋକର୍ପ ସେପ୍ଟେମ୍ବର ୨୦୨୨ରେ ଏହାର ସମସ୍ତ ଦୁଇ ଚକିଆ ଯାନର ମୂଲ୍ୟ ୧୦୦୦ ଟଙ୍କା ବୃଦ୍ଧି କରିଥିଲା। ଇନ୍ପୁଟ୍ ମୂଲ୍ୟ ବୃଦ୍ଧିକୁ ଏହାର କାରଣ ବୋଲି କମ୍ପାନୀ ଦର୍ଶାଇଥିଲା। ମୋଟ ଉପରେ ଦେଖିଲେ ହିରୋ ଏହାର ଯାନକୁ ଚଳିତ ବର୍ଷ ୭,୫୦୦ ଟଙ୍କା ଅଧିକ ବୃଦ୍ଧି କରିଛି।