ନୂଆଦିଲ୍ଲୀ,୨୩।୯: ଚଳିତ ବର୍ଷଣ ପାର୍ବଣ ପୂର୍ବରୁ ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ବିଭିନ୍ନ ବର୍ଗର ବାଇକ ମୂଲ୍ୟ ଉପରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାପଡ଼ିଛି। ଏପରିକି ଏହି ବର୍ଦ୍ଧିତ ମୂଲ୍ୟ ଗୁରୁବାରଠାରୁ ସାରା ଦେଶରେ ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶେଷକରି ଯାନ ନିର୍ମାଣଜନିତ ଖର୍ଚ୍ଚ ବୃଦ୍ଧି ପାଇବା ସାଙ୍ଗକୁ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅପରପକ୍ଷରେ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଦରବୃଦ୍ଧି ନେଇ ଚିନ୍ତା କରୁଥିବା ସୂଚନା ମିଳିଛି।