Categories: ବାଣିଜ୍ୟ

ପହିଲାରୁ ମୂଲ୍ୟ ବଢ଼ାଇବ ହିରୋ

ନୂଆଦିଲ୍ଲୀ,୨୩।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଚଳିତ ବର୍ଷ ଏପ୍ରିଲ ୧ରୁ ବାଇକ୍‌ ମୂଲ୍ୟ ବଢ଼ାଇବାକୁ ଯାଉଛି। ଏହି ବର୍ଦ୍ଧିତ ମୂଲ୍ୟ ଆସନ୍ତା ମାସ ପହିଲାଠାରୁ ଲାଗୁହେବ। ଏ ନେଇ ବୁଧବାର ହିରୋ ମୋଟୋକର୍ପ ପକ୍ଷରୁ କୁହାଯାଇଛି, ନିର୍ଗମନ ନିୟମ ଅନୁଯାୟୀ ଉତ୍ପାଦନ ମୂଲ୍ୟରେ ପଡ଼ୁଥିବା ପ୍ରଭାବକୁ କମ୍‌ କରିବା ପାଇଁ କମ୍ପାନୀ ଆସନ୍ତା ମାସଠାରୁ ବିଭିନ୍ନ ମଡେଲର ମୂଲ୍ୟ ଉପରେ ପ୍ରାୟ ୨% ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କୁହାଯାଇଛି। କମ୍ପାନୀର ବିଭିନ୍ନ ମୋଟର ସାଇକେଲ ଏବଂ ସ୍କୁଟରର ମୂଲ୍ୟ ବୃଦ୍ଧି ହାରାହାରି ୨% ପର୍ଯ୍ୟନ୍ତ ହେବ। ଏପରିକି ବର୍ଦ୍ଧିତ ମୂଲ୍ୟ କମ୍ପାନୀର ଭିନ୍ନ ଭିନ୍ନ ମଡେଲ ହିସାବରେ ଲାଗୁହେବ।

ତେବେ ଏହି ଦାମ୍‌ ପରିବର୍ତ୍ତନ ମୁଖ୍ୟତଃ ଓବିଡି-୨ ଟ୍ରାଞ୍ଜିସନ୍‌ ଅନୁଯାୟୀ କରାଯାଉଛି, ଯାହାକି ପ୍ରଦୂଷଣ ନିୟମ ଅନ୍ତର୍ଗତ। କମ୍ପାନୀ କହିଛି, ହିରୋ ମୋଟୋକର୍ପ ଗ୍ରାହକଙ୍କ ଉପରେ ପ୍ରଭାବକୁ କମ୍‌ କରିବା ପାଇଁ ଅଭିନବ ଆର୍ଥିକ ସମାଧାନ ପ୍ରଦାନ କରିବା ଜାରି ରଖିବ। ସୂଚନାଯୋଗ୍ୟ, ଭାରତୀୟ ଅଟୋମୋବାଇଲ ଉଦ୍ୟୋଗ ବର୍ତ୍ତମାନ ଏହାର ଉତ୍ପାଦନକୁ ବିଏସ୍‌୬ର ୨ୟ ପର୍ଯ୍ୟାୟକୁ ପୂରା କରିବା ପାଇଁ କାମ କରୁଛି। ୨୦୨୩ଏପ୍ରିଲ୧ରୁ ବାହନର ରିୟଲ-ଟାଇମ୍‌ ଡ୍ରାଇଭିଂ ଏମିସନ୍‌ (ପ୍ରଦୂଷଣ) ସ୍ତର ଉପରେ ନଜର ରଖିବା ପାଇଁ ଏକ ଉପକରଣର ଆବଶ୍ୟକତା ପଡ଼ିବ। ଏହି ଡିଭାଇସ ଦ୍ବାରା ଗାଡ଼ିର ନିର୍ଗମନ ଉପରେ ନଜର ରଖାଯାଇପାରିବ। ଯେଉଁଥିରେ ଡିଭାଇସ କ୍ୟାଟେଲିଟିକ୍‌ କନ୍‌ଭର୍ଟର ଏବଂ ଅକ୍ସଜେନ୍‌ ସେନ୍ସର ରହିଛି। ଏହି ଡିଭାଇସ୍‌ ପ୍ରଦୂଷଣ ମାନକ ପୂରା କରିବା ଦିଗରେ ଲଗାତର ନଜର ରଖିବ।

Share