Categories: ବାଣିଜ୍ୟ

ବଜାରକୁ ଆସିଲା ହିରୋର ଅଲ୍‌ ନ୍ୟୁ ଜୁମ୍‌୧୦୦; ଡିଜାଇନ-ଫିଚର ଜବରଦସ୍ତ, ମୂଲ୍ୟ ରହିଛି…

ଭୁବନେଶ୍ୱର,୯।୬: ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଜୁମ୍‌୧୦୦ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଲୋକପ୍ରିୟ କମ୍‌ବାଟ୍‌ ଏଡିଶନ ଜରିଆରେ ନିର୍ମାଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ହିରୋ ଜୁମ୍‌୧୦୦ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ଫିଚର ଓ ଟେକ୍ନୋଲୋଜି ସଂଯୋଗ କରାଯାଇଛି। ଏପରିକି ୪ଟି ଆକର୍ଷଣୀୟ କଲର ସହ ୪ଟି ଭାରିଆଣ୍ଟରେ ଏହା ଉପଲବ୍ଧ ହେଉଛି। ବିଶେଷକରି ଏହାର ସିଲ୍‌ଭର ଓ ବ୍ଲାକ୍‌ ପେଣ୍ଟ ବେଶ୍‌ ଚମତ୍କାର ଓ ଆକର୍ଷଣୀୟ ହୋଇଥିଲାବେଳେ ଏହାର ଡିଜାଇନ ଓ ଫିଚର ସହ ଲୁକ୍‌ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ୧୧୦.୯ ସିସି ଇଞ୍ଜିନ ସହ ୮.୦୫ବିଏଚ୍‌ପି କ୍ଷମତା ବହନ କରୁଥିବାବେଳେ ମଡେଲର ଡିଜାଇନ ଓ କଭର ବେଶ୍‌ ଆକର୍ଷଣୀୟ ହୋଇଛି। ଏହାର ବଜାର ମୂଲ୍ୟ (ଏକ୍ସଶୋରୁମ୍‌ ନୂଆଦିଲ୍ଲୀ) ୮୦, ୯୬୭ ଟଙ୍କା ରହିଛି।

Share