Categories: ବାଣିଜ୍ୟ

ଓଡ଼ିଶା ବଜାରରେ ହିରୋର ନ୍ୟୁ ହାର୍ଲି ଡାଭିଡସନ ଏକ୍ସ୪୪୦

ଭୁବନେଶ୍ୱର, ୧୬।୧୦: ହିରୋ ମୋଟକର୍ପ ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହାର୍ଲି ଡାଭିଡସନ ଏକ୍ସ୪୪୦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରଗୁଡ଼ିକ ଜରିଆରେ ଉକ୍ତ ମଡେଲକୁ କମ୍ପାନୀ ଓଡ଼ିଶା ବଜାରରେ ପ୍ରବେଶ କରାଇଛି। ବିଶେଷକରି କମ୍ପାନୀର ଉକ୍ତ ମଡେଲରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ନୂତନ ସୁବିଧା ସଂଯୋଗ କରାଯାଇଛି। ଉଲ୍ଲେଖଯୋଗ୍ୟ, ନ୍ୟୁ ହାର୍ଲି ଡାଭିଡସନ ଏକ୍ସ୪୪୦ ୩ଟି ଭାରିଆଣ୍ଟ ସହିତ ୪ଟି ଆକର୍ଷଣୀୟ କଲର(ରଙ୍ଗ)ରେ ଉପଲବ୍ଧ ହେଉଥିବାବେଳେ ଏହାର ବଜାର ମୂଲ୍ୟ (ଏକ୍ସ ଶୋ’ରୁମ ନୂଆଦିଲ୍ଲୀ) ୨,୭୭,୬୪୦ ଟଙ୍କା ରହିଛି।

Share