Advertisement

ଲକ୍ଷ୍ମୀପୁର: ତୋୟାପୁଟ ଜଙ୍ଗଲରେ ହେଟା ବାଘ

କୋରାପୁଟ,୨୬ା୯(ସ୍ବ.ପ୍ର.): କୋରାପୁଟ ଜିଲାର ଲକ୍ଷ୍ମୀପୁର ରେଞ୍ଜ ଅଧୀନରେ ଥିବା ତୋୟାପୁଟ ଓ ଚମ୍ପି ଜଙ୍ଗଲରେ ବାଘ ବୁଲୁଛି। ବାଘକୁ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଦେଖିଥିବା ପ୍ରକାଶ କରିଛନ୍ତି। ଏନେଇ ତୋୟାପୁଟ ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଏସମ୍ପର୍କରେ ଲକ୍ଷ୍ମୀପୁର ବନଖଣ୍ଡ ଅଧିକାରୀ କୁମାର ଖରା ଲକ୍ଷ୍ମୀପୁର ବନଖଣ୍ଡ ଅଞ୍ଚଳର ତୋୟାପୁଟ, ଚମ୍ପି, ଥାଟଲାପୁଟ ଆଦି ଗ୍ରାମ ପରିଦର୍ଶନ କରିଞ୍ଛନ୍ତି। ତୋୟାପୁଟ ଅଞ୍ଚଳରେ ଏହି ବାଘର କିଛି ପାଦଚିହ୍ନ ପଡିଥିବା ଦେଖି ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ପହିଥିବା ବାଘର ପାଦ ଚିହ୍ନକୁ ଚିହ୍ନଟ କରି ଜଙ୍ଗଲ ବିଭାଗ ଅନୁଧ୍ୟାନ କରୁଛି। ଏସମ୍ପର୍କରେ ରେଞ୍ଜର ଖରାଙ୍କୁ ପଚାରିବାରୁ ସେ କହିଛନ୍ତି, କିଛି ଲୋକ ଏହାକୁ ମହାବଳ ବାଘ ବୋଲି କହୁଛନ୍ତି। ମାତ୍ର ଏହା ମହାବଳ ବାଘ ନୁହେଁ ଏହା ହେଟା ବାଘ ବୋଲି ସେ କହିଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ବିଭାଗୀ କର୍ମଚାରୀ ସଜାଗ ଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋଟିଆ ସୀମାନ୍ତ ଆନ୍ଧ୍ର ଜଙ୍ଗଲରେ ଏବେ ମହାବଳ ବାଘ ବୁଲୁଥିବା ନେଇ ଶନିବାର ଜିଲାପାଳ ଅବଦାଲ ଏମ. ଅଖତାର ଟ୍ୟୁଇଟ୍‌ ଯୋଗେ ସୂଚନା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share