ଇସ୍ରାଏଲରୁ ବାଇଡେନ ବିଦାୟ ନେବା ପରେ ଆମେରିକା ସେନା କ୍ୟାମ୍ପ ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ, ୧୯।୧୦: ଇସ୍ରାଏଲରୁ ବାଇଡେନ ଫେରିବାର କେଇଘଣ୍ଟା ପରେ ସିରିୟାରେ ଥିବା ଆମେରିକାର ଦୁଇଟି ସେନା କ୍ୟାମ୍ପ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ସମର୍ଥିତ ଆତଙ୍କୀ ସଂଗଠନ ଏହି ଆକ୍ରମଣ କରିଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସିରିୟା ରହିଥିବା ଇରାନ ଏବଂ ଜୋର୍ଡାନ ସୀମାବର୍ତୀ ଅଞ୍ଚଳରେ ଏହି ଡ୍ରୋନ୍ ଆକ୍ରମଣ ହୋଇଛି ଏବଂ ଉତ୍ତରରେ ଦିଏର ଅଲ-ଜୋର ଅଞ୍ଚଳରେ ହୋଇଛି।

ଏହି ଆକ୍ରମଣ ସମ୍ପର୍କରେ ଆମେରିକା ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ, ଏବଂ ସ୍ତନ୍ୟ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ତେବେ ଖବର ସରବରାହ ସଂସ୍ଥା ଏପି ନ୍ୟୁଜ ରିପୋର୍ଟ କରିଛି ଯେ ଦୁଇଟି ଡ୍ରୋନ୍ କୁ ଶୂନ୍ୟରେ ହିଁ ଧ୍ବଂସ କରିଦିଆଯାଇଥିଲା ଦିଆଯାଇଥିଲା, କିନ୍ତୁ କ୍ୟାମ୍ପ ଉପରେ ପଡିଥିଲା ଯାହା କାରଣରୁ କିଛି ସରଞ୍ଜାମ କ୍ଷତିଗ୍ରସ୍ଥ ହୋଇଛି।

Share