ଇସ୍ରାଏଲ ଉପରେ ରକେଟ ମାଡ କଲା ହେଜବୋଲ୍ଲା

ଇସ୍ରାଏଲ,୭।୧୦: ହେଜବୋଲ୍ଲା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହାଇଫା ଉପରେ ରକେଟ ଆକ୍ରମଣ କରିଛି। ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହେଜବୋଲ୍ଲାଙ୍କ କହିବାନୁସାରେ, ଏହା ହାଇଫାର ଦକ୍ଷିଣରେ ଅବସ୍ଥିତ ଏକ ସାମରିକ ବେସକୁ ଟାର୍ଗେଟ କରିଥିଲା, ଯେଉଁଥିପାଇଁ ଏହା ‘ଫାଦି ୧’ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏହାପୂର୍ବରୁ ରବିବାର ଇସ୍ରାଏଲ ଉତ୍ତର ଗାଜା ଏବଂ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ କରିଥିଲା। ପାଲେଷ୍ଟାଇନ ଅଧିକାରୀଙ୍କ ଅନୁଯାୟୀ, ଏକ ମସଜିଦ ଉପରେ କ୍ଷେପଣାସ୍ତ୍ର ଆକ୍ରମଣରେ ଅତି କମରେ ୧୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।
ସୋମବାର ସକାଳେ ଇସ୍ରାଏଲ ସେନା କହିଛନ୍ତି ଯେ ହେଜବୋଲ୍ଲା ଦ୍ୱାରା ଗୁଳି ଚଳାଇଥିବା ଦୁଇଟି ରକେଟ ହାଇଫା ଉପରେ ଏବଂ ପାଞ୍ଚଟି ହାଇଫା ଠାରୁ ୬୫ କିଲୋମିଟର ଦୂରରେ ଥିବା ତିବେରିଆ ଉପରେ ପଡିଛି। ଇସ୍ରାଏଲ ସୈନ୍ୟଙ୍କ ଅନୁଯାୟୀ, ହେଜବୋଲ୍ଲାଙ୍କ ରକେଟ ଆକ୍ରମଣରେ କିଛି ଅଟ୍ଟାଳିକା ଏବଂ ଧନସମ୍ପତ୍ତି ନଷ୍ଟ ହୋଇଯାଇଥିଲା ଏବଂ ଅନେକ ଲୋକ ସାମାନ୍ୟ ଆହତ ହୋଇଥିଲେ। ଏକ ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଥିବା ଭିଡିଓରେ ଦର୍ଶାଯାଇଛି ଯେ ହେଜବୋଲ୍ଲା ହାଇଫା ଉପରେ ରକେଟ ଆକ୍ରମଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ୧୬ ଯବାନ ନିହତ, ୮ ଆହତ

ଇସଲାମାବାଦ,୨୧।୧୨: ପାକିସ୍ତାନର ଖୈବର ପାଖତୁନଖ୍ବାଠାରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। କୁହାଯାଉଛି ଯେ ମକିନ ଅଞ୍ଚଳରେ ଏହି ଆକ୍ରମଣ ଗତ କିଛି ମାସ ମଧ୍ୟରେ...

୪୩ ବର୍ଷ ପରେ କୁଏତ ଗସ୍ତ କରିଛନ୍ତି ମୋଦି, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌,୨୧ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର...

ରୁଷିଆରେ ୟୁକ୍ରେନର ବଡ଼ଧରଣର ଆକ୍ରମଣ: ଶିଶୁଙ୍କ ସମେତ ୬ ମୃତ, ୧୦ରୁ ଅଧିକ ଗୁରୁତର

ମସ୍କୋ,୨୧ା୧୨: ରୁଷିଆର କଜାନ ସହର ଉପରେ ୟୁକ୍ରେନ ଏକ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣ ଆମେରିକାର ୯/୧୧ ଷ୍ଟାଇଲ୍‌ରେ ହୋଇଛି। ଫଳରେ ଶିଶୁଙ୍କ...

୯/୧୧ ଭଳି ରୁଷିଆ ଉପରେ ୟୁକ୍ରେନର ଭୟଙ୍କର ଡ୍ରୋନ୍‌ ମାଡ଼, ୩ ବିଲ୍ଡିଂ ଧ୍ୱଂସ

କିଭ୍‌/ମସ୍କୋ,୨୧ା୧୨: ରୁଷିଆର କଜାନ ସହରରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଠାକାର ତିନୋଟି ବଡ଼ ବିଲ୍ଡିଂରେ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଏହା ଆମେରିକାର ୯/୧୧ ଘଟଣା...

ସୁନୀତା ଓ୍ବିଲିୟମ୍ସଙ୍କୁ କେତେ ମିଳେ ଦରମା? ଏପରି ରିସ୍କ କଭର୍‌ ପାଇଁ ନାସା ଦିଏ ସ୍ପେଶାଲ…

ଓ୍ବାଶିଂଟନ୍‌,୨୧।୧୨: କୁହାଯାଏ କି ମହାକାଶଚାରୀମାନେ ଦୁନିଆର ସବୁଠାରୁ ସାହସୀ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପୃଥିବୀର ମାଧ୍ୟାକର୍ଷଣକୁ ଚ୍ୟାଲେଞ୍ଜ କରି ମହାକାଶକୁ ଯାତ୍ରା କରନ୍ତି। ଏହିପରି...

ଭାରତ ପଛରେ ୟୁନୁସ୍‌ ସରକାର କରୁଛନ୍ତି ଏମିତି…

କାଇରୋ,୨୧ା୧୨: ବାଂଲାଦେଶର ଅନ୍ତରୀଣ ନେତା ମହମ୍ମଦ ୟୁନୁସ୍‌ ପାକିସ୍ତାନ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାରତ ସହ...

ଆମେରିକାରେ ହେବ ଶଟ୍‌ଡାଉନ୍‌ ! ସରକାର ଅଫିସ୍‌ ହୋଇଯିବ ବନ୍ଦ…

ଓ୍ବାଶିଂଟନ୍‌, ୨୦।୧୨: ଆମେରିକା ବର୍ତ୍ତମାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ...

ଭାରତ ସହ ଶତ୍ରୁତା, ପାକିସ୍ତାନକୁ କୋଳଗ୍ରତ କରୁଛି ବାଂଲାଦେଶ

ଢାକା,୨୦।୧୨: ଗୋଟିଏ ପଟେ ବାଂଲାଦେଶ ଭାରତ ବିରୋଧରେ ପ୍ରତ୍ୟେକ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ପଟେ ପଡୋଶୀ ଦେଶ ପାକିସ୍ତାନ ସହ ସମ୍ପର୍କ ସୁଦୃଢ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri