ଇସ୍ରାଏଲ ଉପରେ ୧୩୫ ଘାତକ ମିସାଇଲ ମାଡ କଲା ହେଜବୁଲ୍ଲା

ନୂଆଦିଲ୍ଲୀ,୭।୧୦: ସୋମବାର ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଛି ହେଜବୁଲ୍ଲା। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ବୃହତ୍ତ ଆକ୍ରମଣ। ଏଥର ଲେବାନାନର ହେଜବୁଲ୍ଲା ଅତି କମରେ ୧୩୫ ‘ଫାଦୀ-୧’ କ୍ଷେପଣାସ୍ତ୍ର ଇସ୍ରାଏଲର ହାଇଫା ଅଞ୍ଚଳରେ ମାଡ଼ କରିଛି। ହାଇଫା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ଅଟେ। ଆକ୍ରମଣରେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସହରରେ ସାଇରନ୍ କ୍ରମାଗତ ଭାବରେ ବାଯିବାରେ ଲାଗିଛି। ଆହୁରି ଅଧିକ ଆକ୍ରମଣ ଭୟରେ ମଧ୍ୟରେ ଲୋକମାନେ ବୋମା ଆଶ୍ରୟସ୍ଥଳରେ ଲୁଚି ରହିଥିବାର ସୂଚନା ମିଳିଛି।

ସୋମବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହାଇଫାକୁ ରକେଟ୍ ଏବଂ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରିଛି ବୋଲି ହେଜବୁଲ୍ଲା ଦାବି କରିଛି। ହେଜବୁଲ୍ଲା ପ୍ରଥମ ଥର ପାଇଁ ‘ଫାଦୀ -୧’ କ୍ଷେପଣାସ୍ତ୍ର ବ୍ୟବହାର କରିଛି, ଯାହା ହାଇଫାରେ ବ୍ୟାପକ କ୍ଷତି ଘଟାଇଛି। ଅକ୍ଟୋବର ୭, ୨୦୨୩ ରେ ଇସ୍ରାଏଲ ସେନା ହମାସ ଦ୍ୱାରା କରାଯାଇଥିବା ନରସଂହାରର ପ୍ରଥମ ବାର୍ଷିକୀ ପାଳନ କରୁଛି। ଏହି ସମୟ ମଧ୍ୟରେ ହିଜବୁଲର ଦ୍ରୁତ ଆକ୍ରମଣ ଯୋଗୁଁ ଇସ୍ରାଏଲ ସହର ଥରି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିବ ପୁରସ୍କାର

ଷ୍ଟକଲାଣ୍ଡ,୭।୧୦: ୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇଛି। ଏହା ଅଧୀନରେ ଆଜି ଫିଜିଓଲୋଜି କିମ୍ବା ମେଡିସିନ କ୍ଷେତ୍ର ପାଇଁ...

ଇସ୍ରାଏଲ ଉପରେ ରକେଟ ମାଡ କଲା ହେଜବୋଲ୍ଲା

ଇସ୍ରାଏଲ,୭।୧୦: ହେଜବୋଲ୍ଲା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହାଇଫା ଉପରେ ରକେଟ ଆକ୍ରମଣ କରିଛି। ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହେଜବୋଲ୍ଲାଙ୍କ...

ରାଗିଯାଇ ପାକିସ୍ତାନକୁ ଏମିତି ପରାମର୍ଶ ଦେଲା ଚାଇନା

କରାଚି,୭।୧୦: ରବିବାର ପାକିସ୍ତାନର କରାଚି ବିମାନବନ୍ଦର ବାହାରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୮ଜଣ ଆହତ...

ଇସ୍ରାଏଲ୍‌ରେ ୟୁଏସ୍‌ କେନ୍ଦ୍ରୀୟ କମାଣ୍ଡ ମୁଖ୍ୟ

ଜେରୁଜେଲମ୍‌,୭ା୧୦: ଇରାନର ରକେଟ ଆକ୍ରମଣର ଠିକଣା ଜବାବ ଦେବା ଲାଗି ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବାବେଳେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍‌) ମୁଖ୍ୟ...

ମାକ୍ରୋନଙ୍କ ପାଇଁ ନେତାନ୍ୟାହୁଙ୍କ ଭିଡିଓ ବାର୍ତ୍ତା: ଅସ୍ତ୍ରଶସ୍ତ୍ର ବ୍ୟାନ୍ ବୟାନ ଉପରେ ଦେଲେ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ,୬।୧୦: ଗାଜାରେ ବ୍ୟବହାର ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଆହ୍ୱାନକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର...

ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୨୪ ମୃତ, ୯୩ ଆହତ

ଜେରୁଜେଲମ୍‌,୬ା୧୦: ରବିବାର ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍‌ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ...

ହମାସ ଆକ୍ରମଣକୁ ବର୍ଷେ: ଆଲର୍ଟରେ ଇସ୍ରାଏଲ

ବେରୁଟ୍‌,୬।୧୦: ଇସ୍ରାଏଲ ଉପରେ ହମାସ କ୍ଷେପଣାସ୍ତ୍ର ଆକ୍ରମଣର ଆସନ୍ତାକାଲି ଅର୍ଥାତ୍‌ ସୋମବାର ଏକ ବର୍ଷ ପୂରଣ ହେବ। ହମାସର ଏହି ଆକ୍ରମଣରେ ୧୦୦୦ରୁ ଅଧିକ ଇସ୍ରାଏଲ...

ଯେଉଁଠି କରାଯାଇଥିଲା ଗୁଳି ପୁଣି କାହିଁକି ସେଠାକୁ ଗଲେ ଟ୍ରମ୍ପ? ସାଙ୍ଗରେ ଥିଲେ ମସ୍କ

ପେନସିଲଭାନିଆ,୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଶନିବାର ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। କୌତୁହଳର ବିଷୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri