ଆଜିକାଲି ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ନୂଆ ନୂଆ କଥା ଆବିଷ୍କାର ହେଉଛି। ସେହି ଅନୁସାରେ ରୋଗର ନିଦାନ ପ୍ରଣାଳୀ ମଧ୍ୟ ସହଜ ଏବଂ ସରଳ ହୋଇପାରୁଛି। ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏକ ହାଇଟେକ୍ ବ୍ରେସ୍ଲେଟ୍ ତିଆରି କରିଛନ୍ତି। ଏହାଦ୍ୱାରା ବ୍ଲଡପ୍ରେସର, ରକ୍ତରେ ସୁଗାର ପରିମାଣକୁ ସହଜରେ ମାପିହେବ। ତା’ ସହ ଶରୀରର ତାପମାତ୍ରା (ଟେମ୍ପରେଚର) ବିଷୟରେ ମଧ୍ୟ ଜାଣିହେବ। ଏହାକୁ ବାହୁରେ ପିନ୍ଧିବା ପରେ ତାହା ଟଚ୍ ସ୍କ୍ରିନ୍ ପରି କାମ କରିଥାଏ। ପରୀକ୍ଷାମୂଳକ ଭାବରେ ବ୍ୟବହାର କରି ଏଥିରୁ ସଫଳତା ମିଳିଛି ବୋଲି ପ୍ରସ୍ତୁତକାରୀ ବୈଜ୍ଞାନିକମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।