ହାଇଟେକ୍‌ ଡିଭାଇସ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ଅନେକ ରୋଗର କାରଣକୁ ସହଜରେ ନିରୂପଣ କରାଯାଇ ତାହାର ଠିକ୍‌ ସମୟରେ ଚିକିତ୍ସା କରାଯାଇପାରୁଛି। ତା’ ସହ ଦିନକୁ ଦିନ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଏବଂ ରୋଗର କାରଣ ଜାଣିବା ପାଇଁ ନୂତନ ଉପାୟ ଉଦ୍ଭାବିତ ହେଉଛି। ନିକଟରେ ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ଏପରି ଏକ ହାଇଟେକ୍‌ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି, ଯାହାକୁ ଅନୁଧ୍ୟାନ କରି ରୋଗର କାରଣ ବିଷୟରେ ଜାଣିହେବ। ରୋଗୀ ବାହୁରେ ଏହାକୁ ବାନ୍ଧିବା ପରେ ତାହା ଦ୍ୱାରା ସଂଗୃହୀତ ତଥ୍ୟକୁ ବିଶ୍ଳେଷଣ କରି ରୋଗର କାରଣ ଜାଣି ହୋଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।