ଆଜିକାଲି ବିିଭିନ୍ନ କାମରେ ରୋବୋକୁ ନିୟୋଜିତ କରାଗଲାଣି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ଜର୍ମାନୀର ବୈଜ୍ଞାନିକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରିପାରିବ। ଏପରି କି ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାରେ ମଧ୍ୟ ସହାୟକ ହୋଇପାରିବ। ଉନ୍ନତ ଜ୍ଞାନକୌଶଳବିଶିଷ୍ଟ ଏହି ରୋବୋ ଯଦି ବାଟରେ କିଛି ଅସୁବିଧାର ସମ୍ମୁଖୀନ ହେଲା, ତେବେ ଅନାୟାସରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁ କରି ଯାଇପାରିବ। ଏପରି ହାଇଟେକ୍ ରୋବୋ ଖୁବ୍ଶୀଘ୍ର ମାନବ ସେବାରେ ନିୟୋଜିତ ହେବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।