ହାଇଟେକ୍‌ ରୋବୋ

ଏବେ ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ନିକଟରେ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯାହା ଏକୁଟିଆପଣକୁ ଦୂର କରିପାରିବ। ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅନେକାଂଶରେ ସହାୟକ ହୋଇପାରିବ ବୋଲି ଜଣାପଡିଛିି। ବୟସ୍କ ବ୍ୟକ୍ତିମାନେ ଏକୁଟିଆ ଅନୁଭବ କରୁଥିଲେ ଏହି ରୋବୋ ସହାୟତାରେ ସେମାନଙ୍କର ମାନସିକତାକୁ ସକାରାତ୍ମକ କରିପାରିବେ। ସେମାନେ ଏଥିରୁ ନିଜ ମନ ପସନ୍ଦର ଗୀତ ଶୁଣିିପାରିବେ। କେବଳ ସେତିକି ନୁହେଁ, ଉକ୍ତ ନୂଆ ରୋବୋ ସଂପୃକ୍ତ ବୟସ୍କ ବ୍ୟକ୍ତିଙ୍କ ଖାଇବା ସମୟ, ମେଡିସିନ ଖାଇବା ସମୟ ବିଷୟରେ ପୂର୍ବରୁ ସୂଚନା ଦେଇପାରିବ। ଏପରି ରୋବୋକୁ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଇ ସଫଳତା ମିଳିଛି ଏବଂ ଏହାକୁ କିପରି ଆହୁରି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କରାଯାଇପାରିବ ସେ ନେଇ ସେମାନେ ଉଦ୍ୟମ ଜାରି ରଖିଛନ୍ତି।