ବର୍ଷାରେ ଭାଙ୍ଗିଲା ହିଡ: ଚାଷଜମି କ୍ଷତିଗ୍ରସ୍ତ

କୁଚିଣ୍ଡା,୧୬।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଧୀନ ଖଣ୍ଡୋକଟା ଗ୍ରାମର ବର୍ଷା ଯୋଗୁ ହରକଟା ହିଡ ଭାଙ୍ଗିଯାଇଛି। ଫଳରେ ଏହି କଟା ତଳେ ଥିବା ଚାଷଜମି କ୍ଷତିଗ୍ରସ୍ତ ସାଙ୍ଗକୁ ମାଛ ଚାଷ ପାଇଁ ଲିଜ ନେଇଥିବା ଏସ୍‌ଏଚଜି ସଦସ୍ୟା ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି।

ଶନିବାର ହୋଇଥିବା ପ୍ରବଳ ବର୍ଷାରେ ୪ ଏକର ପରିମିତ ଏହି କଟାରେ ଜଳଧାରଣ କ୍ଷମତା ଠାରୁ ଅଧିକ ପାଣି ଜମିବାରୁ ରାତିରେ ହିଡଟି ଭାଙ୍ଗି ଯାଇଛି। ଖଣ୍ଡୋକଟା ଗ୍ରାମର ସଞ୍ଜୁକ୍ତା ସୋହେଲା, ଆର୍ତ୍ତ ସୋହେଲା, ସୁଦୀପ୍ତ ସୋହେଲା ଓ ଗୋବର୍ଦ୍ଧନ ସୋହଲାଙ୍କ ଚାଷ ଜମି ଏହି କଟା ତଳେ ରହିଛି। ହିଡଟି ଅଚାନକ ଭାଙ୍ଗିଯିବା ଫଳରେ ରୁଆ ପାଇଁ ସେମାନେ ପକାଇଥିବା ତଳି ଗୁଡିକ ମାଟିରେ ପୋତି ହୋଇ ନଷ୍ଟ ହୋଇଯାଇଛି। ଏହା ଦ୍ୱାରା ଗରିବ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି କଟାଟି ଖଣ୍ଡୋକଟା ପଞ୍ଚାୟତ ଅଧୀନରେ ରହିଛି। ଚଳିତ ବର୍ଷ ମାଛ ଚାଷ ପାଇଁ ଖଣ୍ଡୋକଟା ‘ମା’ ଆଶା ପୁରା’ ଏସ୍‌ଏଚ୍‌ଜି ୫ବର୍ଷ ପାଇଁ ୬୦ ହଜାର ଟଙ୍କାରେ ଲିଜରେ ନେଇଛନ୍ତି। କଟା ହିଡ ଭାଙ୍ଗିବା ଯୋଗୁ ଏସ୍‌ଏଚଜିମାନଙ୍କ ମାଛ ଚାଷ କରିବା ଆଶା ମଉଳି ଯାଇଛି । କଟାରେ ପାଣି ଭର୍ତ୍ତି ହେବାରୁ ସେମାନେ ମାଛଚାଷ ପାଇଁ ବିହନ ଛାଡିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଅଚାନକ କଟା ହିଡ ଭାଙ୍ଗି କ୍ଷତିରେ ପକାଇଥିବା ଏସ୍‌ଏଚ୍‌ଜି ସଭାନେତ୍ରୀ ତପସ୍ବିନୀ ବାଗେଲ ଓ ସମ୍ପାଦିକା ଶୈଳେନ୍ଦ୍ରୀ ପଟେଲ କହିଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ହିଡ ମରାମତି କରିବାକୁ ସେମାନେ ଦାବି କରିଛନ୍ତି। ମତାମତ ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହିମାଂଶୁ ଶେଖର ପଟେଲଙ୍କୁ ପଚାରିବାରେ କଟା ହିଡ ଭାଙ୍ଗିଛି ତେବେ ବର୍ଷା କମିଲେ ମରାମତି ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର...

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ରବିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି...

ଗଞ୍ଜେଇ ଭର୍ତ୍ତି ୨ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଟିମ୍‌ ଶନିବାର ଚଢ଼ାଉ କରି ୨ଟି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଥିବାବେଳେ ୩...

ନୂଆବର୍ଷରେ ପୁରୀ ଆସିବାର ଥିଲେ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୮ା୧୨: ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।...

ହଟୁନି ଜବରଦଖଲ, ଚାଲିଛି ବେଆଇନ ପାର୍କିଂ

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ହଟାଇବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉଚ୍ଚ ନ୍ୟାୟାଳୟ ମଧ୍ୟ ଉଚ୍ଛେଦ...

ଥରିଲା ମୋହନା, ହଠାତ୍‌ ଜୋର୍‌ରେ ଶବ୍ଦ ହେବାରୁ…

ଗଜପତି,୨୮ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଶନିବାର ଅପରାହ୍ନରେ କିଛି କ୍ଷଣ ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ବର୍ଷା ପରେ ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନେ...

ଆଜି ଏସବୁ ଜିଲାକୁ ବର୍ଷା, ଆସନ୍ତାକାଲି ବି ବର୍ଷିବ

ଭୁବନେଶ୍ୱର,୨୮ା୧୨: ଶନିବାର ଓ ଆସନ୍ତାକାଲି ୨ ଦିନ ଧରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର...

ମନରେଗା ଯୋଜନାରେ ମହାଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୭।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଟିକ୍ରାଗୁଡା ନିକଟରେ ଏକ ପଥର ବନ୍ଧେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଜଣାପଡିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri