ନିଜେ ଟଙ୍କା ଲୁଚାଇ ଥାନାରେ କରିଥିଲେ ଅଭିଯୋଗ

ଝରିଗାଁ,୯ା୧୦(ସ୍ବ.ପ୍ର.): ଘରୋଇ ଫାଇନାନ୍ସ କମ୍ପାନୀ ‘ସ୍ପନ୍ଦନା’ର ଉମରକୋଟ ଶାଖାର ଜଣେ କର୍ମଚାରୀ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ମାଡ଼ ମାରି ୧ ଲକ୍ଷ ୧୭ ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର ରାତିରେ ଝରିଗାଁ ଥାନାରେ ଅଭିଯୋଗ ହୋଇଥିଲା। କମ୍ପାନୀର କର୍ମଚାରୀ ହରିଶଙ୍କର ନାୟକ(୨୩) ଏ ନେଇ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୋଗକାରୀ ହରିଶଙ୍କର ଏବଂ ତାଙ୍କର ଜଣେ ସହଯୋଗୀ ପ୍ରତାପ କେଶରୀ ନିହାଲ(୨୫)ଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ହରିଶଙ୍କର ଶୁକ୍ରବାର ଝରିଗାଁ ସଦର ଅଞ୍ଚଳର କେତେଜଣ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ନିକଟରୁ ଋଣ କିସ୍ତି ବାବଦକୁ ଟଙ୍କା ସଂଗ୍ରହ କରି ସନ୍ଧ୍ୟା ୭ଟାରେ ଉମରକୋଟ ଫେରୁଥିଲେ। ଝରିଗାଁଠାରୁ ୧ କି.ମି. ଦୂର ବାଞ୍ଜିଆମ୍ବା ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଆଦାୟ ହୋଇଥିବା ସମସ୍ତ ଟଙ୍କା ଲୁଟି ନେଇଥିବା କମ୍ପାନୀର ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଶାଖା ପରିଚାଳକଙ୍କ ପରାମର୍ଶରେ ହରିଶଙ୍କର ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଥାନା ଅଧିକାରୀ ନଟବର ନନ୍ଦ ଏବଂ ଏସ୍‌ଆଇ ପ୍ରମୋଦ କୁମାର ଖଣ୍ଡୁଆଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପୋଲିସ ସନ୍ଦେହରେ ଅଭିଯୋଗକାରୀ ହରିଶଙ୍କରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ସେ ଏବଂ ତାଙ୍କ ସହଯୋଗୀ ତଥା ଉମରକୋଟ ଭଗବତୀନଗର ଅଞ୍ଚଳର ପ୍ରତାପ କେଶରୀ ନିହାଲ(୨୫) ମିଶି ଲୁଟ୍‌ ଯୋଜନା କରିଥିବା ଜଣାପଡ଼ିଥିଲା। ଶୁକ୍ରବାର ରାତିରେ ପୋଲିସ ପ୍ରତାପଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚରାବେଳେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଫାଇନାନ୍ସ କମ୍ପାନୀର ଟଙ୍କା ଲୁଟ୍‌ କରିଥିବା ନେଇ କମ୍ପାନୀର ଶାଖା ପରିଚାଳକ କୈଳାଶ ବିଷୋୟୀ ଶନିବାର ଥାନାରେ ଅଭିଯୋଗ କରିବା ପରେ ଝରିଗାଁ ଥାନାରେ ୧୪୯/୨୧ରେ ଏକ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ବରଗଡ଼ରେ ଖୋଲିଲା ଧାନମଣ୍ଡି

ବରଗଡ଼୨୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବୁଧବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନ କଳାପାଣି ମଣ୍ଡିରୁ ଖାଦ୍ୟ...

୪ଦିନ ପରେ ସୁଭଦ୍ରା ଟଙ୍କା, କିନ୍ତୁ ଏମାନଙ୍କୁ ମିଳିବନି…

ଭୁବନେଶ୍ୱର,୨୦।୧୧: ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି, ଜାଣନ୍ତୁ ବଡ଼ ଅପଡେଟ । ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ: ୧୧ ସ୍ଥାନରେ ଚଢାଉ

ସୋନପୁର, ୨୦।୧୧(ମତ୍ୟୁଞ୍ଜୟ ଶତପଥୀ):ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲା ଯୋଗାଣ ଅଧିକାରୀ(ସିଏସଓ) ସୁରେଶ କୁମାର ପାଣିଗ୍ରାହୀ l ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ରାତିରୁ...

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିକୃତ କଲେ ଲୋକେ: ଥାନାରେ ଅଭିଯୋଗ

କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଉପନିର୍ଦ୍ଦେଶକ, ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋଚିତ୍ରକୁ ବିକୃତ କରାଯାଇଥିବା...

୬ରେ ଜନ୍ମମାଟିକୁ ବୁଲିଯିବେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୬ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ। ୩ରୁ ୭ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା...

ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ: ପୁଚୁକି ଗାଲିରୁ…

କଟକ, ୨୦।୧୧(ଶିଳ୍ପା ପ୍ରିୟଦର୍ଶିନୀ):  ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆକର୍ଷଣ ସାଜିଥିଲେ ବଲିଉଡ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୋନୁ ନିଗମ। ତୁମ୍‌ ସେ...

ଖୋଲାଖୋଲି ଲାଞ୍ଚମାଗି  ଭିଏଡବ୍ଲ୍ୟୁ ଦେଖାଉଥିଲେ ନାଲିଆଖି: ଭିଡିଓ ଭାଇରାଲ ପରେ ଏବେ….

ଚାନ୍ଦବାଲି,୨୦।୧୧(ଅଶୋକ କୁମାର ପଣ୍ଡା): ଲାଞ୍ଚମାଗିବା ପଡ଼ିଲା ମହଙ୍ଗା। ଗ୍ରାମ୍ୟ କୃଷି ଅଧିକାରୀ (V.A.W) ନିଲମ୍ବିତ।   ବାତ୍ୟା ‘ଦାନା’ ପ୍ରଭାବରେ  କ୍ଷୟ କ୍ଷତି ହୋଇ ଥିବା ଚାଷୀଙ୍କୁ...

ଓଲଟିଲା ବିଲାତି ବୋଝେଇ ଟ୍ରକ: ବୋହିନେଲେ ଲୋକେ

କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ନିକଟରେ ଏନଏଚ ୪୯ରେ ଆଜି ଏକ ବିଲାତି ବୋଝେଇ ଟ୍ରକ ଓଲଟି ପଡ଼ିବାରୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri