ଲୁଚାଛପାରେ ବାଣ ତିଆରି ଚାଲିଛି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲାର ବିଭିନ୍ନ ଥାନା ଅଧୀନ ଗାଁ ଗହଳିରେ ବେଆଇନ ଭାବେ ବାଣ ତିଆରି ହେଉଛି । ଜନବସତିରେ ବାଣ ତିଆରି ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ନାହିଁ । ଗତ ୧୧ ବର୍ଷ ଭିତରେ ବାଣ ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ୧୪ଜଣଙ୍କ ମୃତ୍ୟୁ ପରେ ବି ବାଣ ତିଆରି ଆଜି ମଧ୍ୟ ଲୁଚାଛପାରେ ଛାଲିଛି । ଜିଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନରେ ବେଆଇନ ବାଣ ଦୋକାନ ଖୋଲି ବିକ୍ରି ହେଉଛି । କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି । ଏଭଳିସ୍ଥଳେ ଚଳିତ ବର୍ଷ ଦଶହରା ସମୟରେ ବିଭିନ୍ନ ଥାନା ପକ୍ଷରୁ କିଛି ବାଣ ପ୍ରସ୍ତୁତି ସ୍ଥାନ ଉପରେ ଚଢ଼ାଉ କରାଯାଇଛି। ତେବେ ଜଣେ କିମ୍ବା ଦୁଇଜଣଙ୍କୁ ଗିରଫ କରାଯାଇ ବାଣ ଚଢ଼ାଉରେ ପୂର୍ଣ୍ଣଚ୍ଛେଦ ପକାଯାଉଛି । ତେବେ ଗିରଫ ପରେ ବି ବାଣ ପ୍ରସ୍ତୁତି ହେଉଥିବା ଅଭିଯୋଗ ହେଉଛି ।
ସୂଚନା ଅନୁଯାୟୀ, ୨୦୧୨ରେ ଇଟାମାଟି ଥାନାର ଗୋବିନ୍ଦପୁରରେ ବାଣ ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୬ରେ ଇଟାମାଟି ତନ୍ତିସାହିରେ ବିସ୍ଫୋରଣ ଘଟି ୮ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୧୯ରେ ଶରଣକୁଳ ଥାନାର ଗୋଡିପଡ଼ାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୫ରେ ତେଣ୍ଡାବାଡ଼ିରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାଣ ତିଆରିର କୌଶଳକୁ ଦେଖିଲେ ସବୁ ବାଣ ଜନବସତିରେ ହେଉଥିଲା । ୨୦୧୨ଠାରୁ ୨୦୧୯କୁ ଅନୁଧ୍ୟାନ କଲେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନୁହେଁ । ବାଣ ବ୍ୟବସାୟୀ ଆଗରେ ପୋଲିସ ହାତ ଟେକି ଦେଲାପରି ଜଣାପଡୁଛି । ୨୦୨୦ ପରଠାରୁ ୩ବର୍ଷ ହେଲା କିଛି ଅଘଟଣ ଘଟି ନ ଥିଲେ ମଧ୍ୟ ବେଆଇନ ବାଣ କାରବାର ଉପରେ ରୋକ୍‌ ଲାଗି ପାରିନି । ଗାଁ ଗହଳିରେ ବେଆଇନ ବାଣ ତିଆରି ଚାଲିଛି । ସେହିଭଳି ଗାଁ ଓ ସହରରେ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଲାଇସେନ୍ସ ନ ଥାଇ ବାଣ ବିକ୍ରି ହେଉଛି । ନୟାଗଡ଼ ସହର, ଗୋଡିପଡ଼ା, ଇଟାମାଟି, ଭାପୁରର ଜାମୁସାହି, ନୂଆଗାଁର କୋରଡା ପରି ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବାଣ ବିକ୍ରି ହେଉଛି । ବେଆଇନ ବାଣ ବିକ୍ରି ହେଲେ ସରକାରୀ ନିୟମ ପାଳନ ହେଉ ନ ଥିବାରୁ ବିସ୍ଫୋରଣକୁ ଏଡାଇ ହେବ ନାହିଁ । ଅନ୍ୟପକ୍ଷେ ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟୀ କ୍ଷତିରେ ପଡିବେ । ଏନେଇ ଜଣେ ବାଣ ବ୍ୟବସାୟୀ ନାଁ ଗୋପନ ରଖି କହିଛନ୍ତି, ଜନବସତିରେ ବାଣ ବ୍ୟବସାୟ ସମ୍ପର୍କରେ ପୋଲିସ ଜାଣେ । ହେଲେ ବାଣ ବ୍ୟବସାୟୀ ସହ ପୋଲିସର ସମ୍ପର୍କ ଯୋଗୁ କିଛି ଅସୁବିଧା ନ ଥାଏ । ଅଘଟଣ ଘଟିଲେ କେହି ଜାଣି ନାହାନ୍ତି ବୋଲି ସଫେଇ ଦିଆଯାଏ । କିଛି ଦିନ ପରେ ସବୁ କିଛି ଠିକ୍‌ ହୋଇଯାଏ, ଯାହା ଗୋବନ୍ଦପୁର, ଇଟାମାଟି, ଗୋଡିପଡ଼ା ଓ ତେଣ୍ଡାବାଡ଼କୁ ନଜିର ଭାବେ ଧରାଯାଏ । ଅନ୍ୟପକ୍ଷେ ବିଭିନ୍ନ ସମୟରେ ବାଣ ବିସ୍ଫୋରଣରେ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହି ଅଘଟଣର କାରଣକୁ ମଧ୍ୟ ପରିବର୍ତ୍ତନ କରାଯାଇଥାଏ ମୋଟାମୋଟି ଭାବେ ପ୍ରଶାସନ ବେଆଇନ ବାଣ ବିକ୍ରି ଓ ପ୍ରସ୍ତୁତି ଉପରେ ଲଗାମ ଲଗାଇବା ଦରକାର ବୋଲି ମତ ପ୍ରକାଶ ପାଇଛି।
ଏନେଇ ନୟାଗଡ଼ ସଦର ଥାନା ଆଇଆଇସି ଅନିତା ସାହୁ, ଇଟାମାଟି ଥାନା ଆଇଆଇସି ଦିଲୀପ ସ୍ବାଇଁ, ଶରଣକୁଳ ଥାନା ଆଇଆଇସି ପୁଷ୍ପଲତା ବେହେରା କୁହନ୍ତି, ବେଆଇନ ବାଣ ଉପରେ ନଜର ଅଛି। ଅଧିକାଂଶ ସମୟରେ ଚଢ଼ାଉ ଚାଲିଛି। ଫତେଗଡ଼ ଥାନା ଆଇଆଇସି ସୁଜିତ କୁମାର ଦାସ କୁହନ୍ତି, ଦଶହରାକୁ ଆଖି ଆଗରେ ରଖି ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ଜାରି ରହିଛି । ଗତ ୧୬ ତାରିଖରେ ଜାମୁସାହିରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ ହୋଇଥିଲା। ୨୩୬/୨୩ରେ ମୋକଦ୍ଦମା ରୁଜୁ ହୋଇ ଭଗବାନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା କୁହନ୍ତି, କୋରଡାରେ ବେଆଇନ ବାଣ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଗତ ୧୬ରେ ଚଢ଼ାଉ କରାଯାଇ ୧୬୪/୨୩ରେ ମୋକଦ୍ଦମା କରାଯାଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ଆରମ୍ଭ ହେଲା ଟାରିଫ୍‌ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍‌ ଲଗାଇଲା ଆମେରିକା

ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍‌କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଓ୍ବକଫ୍‌ ବିଲ୍‌କୁ ନେଇ ମୁହଁ ଖୋଲିଲେ ମୋଦି, କହିଦେଲେ ଭିତିରି କଥା!

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବକଫ ବୋର୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ନେଇ ସେ କହିଛନ୍ତି ଓ୍ବକଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image