ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ଲାଗିବା ଘଟଣା: ପୋଲିସ ଦେଲା ଆଶ୍ଚର୍ଯ୍ୟ କଲା ଭଳି ବୟାନ

ହାଇଦ୍ରାବାଦ,୩୧ା୮: ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲାର ଇଞ୍ଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲ୍‌ ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ଲାଗିବା ଘଟଣାକୁ ନେଇ ଆନ୍ଦୋଳନ ହେଉଛି। ଛାତ୍ରୀଛାତ୍ର କ୍ରମାଗତ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏବଂ କୌଣସି ପରିସ୍ଥିତିରେ ଅପରାଧୀଙ୍କୁ ରକ୍ଷା ନ କରିବାକୁ ଦାବି କରୁଛନ୍ତି। ଏଥିସହିତ ଏହି ପ୍ରସଙ୍ଗକୁ କେନଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିବାରେ ଲାଗିଛି।

ଏସବୁ ଭିତରେ ପୋଲିସ ଏକ ଆଶ୍ଚର୍ଯ୍ୟକର କଥା ପ୍ରକାଶ କରିଛି। କ୍ୟାମେରା ମିଳି ନ ଥିବା ପୋଲିସ କହିଛି। ଏହି ପରିପ୍ରେକ୍ଷୀରେ ପୋଲିସ ଏକ ସରକାରୀ ବିବୃତ୍ତି ଜାରି କରିଛି। ଏଥିରେ ଲେଡିଜ ହଷ୍ଟେଲ ବାଥ୍‌ରୁମ୍‌ରେ କୌଣସି କ୍ୟାମେରା ଜବତ କରାଯାଇ ନାହିଁ ଏବଂ ଏହାର କୌଣସି ପ୍ରମାଣ ନାହିଁ ବୋଲି କହିଛି। ଛାତ୍ରୀମାନଙ୍କୁ ଏହି ବିଷୟରେ ଆଦୌ ଚିନ୍ତା ନ କରିବାକୁ ପୋଲିସ କହିଛି।

କୃଷ୍ଣ ଜିଲା ପୋଲିସ ଅଧୀକ୍ଷକ ଗଙ୍ଗାଧର ରାଓ କହିଛନ୍ତି, ଲେଡିଜ ହଷ୍ଟେଲର ବାଥ୍‌ରୁମ୍‌ରେ ଚୋରା କ୍ୟାମେରା ମିଳିବା ଅଭିଯୋଗର ତଦନ୍ତ ଚାଲିଛି। ସେ କହିଛନ୍ତି, ‘ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଜଣେ ଇନ୍ସପେକ୍ଟରଙ୍କୁ ସ୍ବତନ୍ତ୍ର ତଦନ୍ତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ଏକ ପାଞ୍ଚଜଣିଆ ଟିମ୍‌ ମଧ୍ୟ ଏହି ମାମଲାର ବୈଷୟିକ ତଦନ୍ତ କରୁଛନ୍ତି। ପୋଲିସ ଛାତ୍ରୀଛାତ୍ରଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିଛି ଏବଂ ସନ୍ଦେହଜନକ ଲାପ୍‌ଟପ୍‌, ମୋବାଇଲ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍‌ ସାମଗ୍ରୀଗୁଡ଼ିକ ମଧ୍ୟ ଅନୁସନ୍ଧାନ କରାଯାଉଛି ଯେ, କୌଣସି ଭିଡିଓ ପ୍ରସାରିତ ହୋଇଛି କି ନାହିଁ।

ପୋଲିସ ଅଧୀକ୍ଷକ ଗଙ୍ଗାଧର ରାଓ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆତ୍ମବିଶ୍ୱାସ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। ଏହାପୂର୍ବରୁ ରାଜ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଲୋକେଶ ମଧ୍ୟ ଏହି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆର ଗୁଡ୍‌ଲାଭାଲେରୁ ଇଞ୍ଜିନିୟରିଂ କଲେଜରେ ଘଟିଥିବା ଏହି ଘଟଣା ଶୁକ୍ରବାର ସାମ୍ନାକୁ ଆସିବା ପରେ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲୋକେଶ ଏହା କହିଛନ୍ତି ଦୋଷୀ ଏବଂ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଲେଜରେ ଏଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଏକ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ମଧ୍ୟରାତ୍ରିରୁ କୃଷ୍ଣ ଉକ୍ତ ଇଞ୍ଜିନିୟରିଂ କଲେଜରେ ହଜାର ହଜାର ଛାତ୍ରୀଛାତ୍ର ଏହି ପ୍ରସଙ୍ଗରେ ବିରୋଧ କରିଆସୁଛନ୍ତି।

Share