ଜୋତା ଭିତରେ ଲୁଚି ରହିଥିଲା ତମ୍ପ, ମାରିଲା ଚୋଟ:ଆଉ ତା’ପରେ…

ଭୁବନେଶ୍ୱର,୩ା୧୦(ଅନୁରାଧା ମହାରଣା):ଜୋତା ଭିତରେ ଲୁଚି ରହିଥିଲା ତମ୍ପ। ଜୋତା ପିନ୍ଧିବାକୁ ଯିବାବେଳେ କାମୁଡ଼ି ଦେଲା ସାପ। ଭୁବନେଶ୍ୱର ଚକେଇସିହାଣୀ ଅଞ୍ଚଳରେ ବୁଧବାର ଏହି ଘଟଣା ଘଟିଛି। ସାପ କାମୁଡ଼ାରେ ଶିକାର ହୋଇଛନ୍ତି ସୁନୀଲ ପଣ୍ଡା। ସେ ଅଫିସ୍‌ ଯିବା ପୂର୍ବରୁ ଜୋତା ପିନ୍ଧିବାକୁ ଯାଉଥିଲେ। ଜୋତା ଉଠାଇ ଆଣୁଥିବାବେଳେ ସାପଟି ତାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା। ସୁନୀଲଙ୍କ ଚିତ୍କାର ଶୁଣି ତାଙ୍କ ସହ ରହୁଥିବା ରୁମ୍‌ମେଟ୍‌ମାନେ ପହଞ୍ଚତ୍ ସାପକୁ ଦେଖି ଡରିଯାଇଥିଲେ। ତେବେ କୌଶଳକ୍ରମେ ସାପଟିକୁ ଜୋତା ସହ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ ତୁରନ୍ତ ଆହତ ସୁନୀଲଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ପ୍ରାରମ୍ଭିକ ଚିକିତ୍ସା ଭାବେ ଆଣ୍ଟି ସ୍ନେକ୍‌ ଭେନମ୍‌ର ୧୦ଟି ଭାଏଲ୍‌ ଦିଆଯାଇଥିଲା। ତେବେ ସେ ସୁସ୍ଥ ଥିବା ଜଣାପଡିଛି। ଅନ୍ୟପଟେ ସ୍ଥାନୀୟ ଲୋକେ ସାପଟିକୁ ଉଦ୍ଧାର ପାଇଁ ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲିକଙ୍କୁ ଖବର ଦେଇଥିଲେ। ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ ରାଜେଶ ସୂତାର ଘଟଣାସ୍ଥଳରେ ପହଞ୍ଚତ୍ ୧ ଫୁଟ ଲମ୍ବର ଛୁଆ ତମ୍ପକୁ ଉଦ୍ଧାର କରିବା ପରେ ସହର ବାହାରେ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ। ଶୁଭେନ୍ଦୁଙ୍କ କହିବାନୁଯାୟୀ, ଜୋତା ପିନ୍ଧିବା ପୂର୍ବରୁ ଲୋକମାନେ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ। ସାପ, ବିଛା କିମ୍ବା ଅନ୍ୟାନ୍ୟ ଜୀବ ଜୋତା ଭିତରେ ଅଧିକାଂଶ ସମୟ ଲୁଚି ରହନ୍ତି। ତେଣୁ ସାବଧାନତାର ସହ ଗୋଇଠି ପରିବର୍ତ୍ତେ ଜୋତାକୁ ସବୁବେଳେ ଆଙ୍ଗୁଠି ପଟୁ ଉଠାଇ ଦେଖିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୩ରୁ ଓଜେଏସ୍‌ ମେନ୍‌

ଭୁବନେଶ୍ୱର,୩ା୧୦ (ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌)-୨୦୨୩ ମେନ୍‌ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ...

ଆଜି ନୂଆଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ:୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଲକ୍ଷ୍ୟ

ଭୁବନେଶ୍ୱର,୩।୧୦ (ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ୨ଦିନିିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ...

୪ରେ ଲଘୁଚାପ ସମ୍ଭାବନା: ବାତ୍ୟା ଆଶଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍‌…

ଭୁବନେଶ୍ୱର,୩ା୧୦(ଅନିଲ ଦାସ ):ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର...

ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଖୁବ୍‌ଶୀଘ୍ର ଏନ୍‌ଇପି

ଭୁବନେଶ୍ୱର,୩ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ଖୁବ୍‌ଶୀଘ୍ର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସମ୍ପର୍କରେ ଏକ...

ଯାଜପୁରର ବିକାଶ ପାଇଁ ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ: ପ୍ରଣବ ପ୍ରକାଶ

ଝୁମ୍ପୁରୀ, ୩।୧୦(ସରୋଜ ନାୟକ): ଯାଜପୁରର ବିକାଶ ପାଇଁ ‘ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ’ ବୋଲି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି।...

ଐତିହାସିକ ଖଣ୍ଡଗିରି ଗୁମ୍ଫାରେ ନିକଟରେ ବଢୁଛି ଜବରଦଖଲ: ଚିନ୍ତା ପ୍ରକଟ କଲେ ଓଡ଼ିଶା ହାଇକୋର୍ଟ

କଟକ,୨।୧୦: ଐତିହାସିକ ଖଣ୍ଡଗିରି ଗୁମ୍ଫା ନିକଟରେ ବୃଦ୍ଧି ପାଉଥିବା ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କରି ଓଡ଼ିଶା ହାଇକୋର୍ଟ ଖୋର୍ଦ୍ଧା ଜିଲାପାଳ, ଭୁବନେଶ୍ୱର ଡିସିପି ତଥା...

୫ ବର୍ଷରେ ଓଡ଼ିଶାକୁ ଅଢେଇ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବାର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ...

୧୦ କିଲୋମିଟର ଭାରରେ ବୁହାହେଲେ ରୋଗୀ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଦୁର୍ଗମ ଲୁବେନଗଡ଼ ପଞ୍ଚାୟତର ପୁଇଝରୀ ଗାଁରେ ବୁଧବାର ଏକ ଅଭାବନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri