ଭୁବନେଶ୍ୱର,୧୨।୨(ଅନୁରାଧା ମହାରଣା): ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଚିଲିର ଏଚ୍ଆଇଏଫ୍ ଗ୍ଲୋବାଲ ଇଣ୍ଡିଆ ଆଗ୍ରହ ପ୍ରକାଶ କରିଛନ୍ତି। ମଙ୍ଗଳବାର ସମ୍ମିଳନୀ କକ୍ଷରେ ଇ-ଫୁଏଲ ଉତ୍ପାଦନ ନେଇ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସମୟରେ ବାୟୋଫୁଏଲର ବହୁତ ଚାହିଦା ରହିଛି। ପରିବେଶ ସୁରକ୍ଷା ସହ ଜୈବମଣ୍ଡଳର ସନ୍ତୁଳନ ରକ୍ଷା ନିମନ୍ତେ ଇ-ଫୁଏଲ ର ଆବଶ୍ୟକତା ରହିଛି। ଏଚ୍ଆଇଏଫ୍ ଗ୍ଲୋବାଲ ଇଣ୍ଡିଆ କମ୍ପାନୀ ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା, ଚିଲି, ଉରୁଗୁଏ, ଅଷ୍ଟ୍ରେଲିଆ ପ୍ରଭୃତି ଦେଶରେ ମିଥାନଲ ସିନ୍ଥେସିସ କ୍ଷେତ୍ରରେ କାର୍ଯ୍ୟ କରୁଛି। ଓଡ଼ିଶା ମଧ୍ୟ ଏହିଭଳି ଏକ ୧ ବିଲିୟନ ଆମେରିକୀୟ ଡଲାରର ମିଥାନଲ ସିନ୍ଥେସିସ୍ ପ୍ରକଳ୍ପ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆବଶ୍ୟକ ଅନୁଯାୟୀ ୫୦ ଏକର ଜମି, ଜଳଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଭଳି ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶା ବର୍ତ୍ତମାନ ନିବେଶ ପାଇଁ ଶତପ୍ରତିଶତ ଅନୁକୂଳ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ପ୍ରସ୍ତୁତ ଅଛୁ। ଆମର ନିବେଶ ଅନୁକୂଳ ସିଙ୍ଗଲ୍ ଓ୍ବିଣ୍ଡୋ ଅନୁମୋଦନ ବ୍ୟବସ୍ଥା ଅଛି। ଏହାର ବ୍ୟବହାର ମଧ୍ୟ କମ୍ପାନୀ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସିଂଦେଓ କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାରମ୍ଭିକ କ୍ଷେତ୍ରରେ ୨୫୦ରୁ ଊଦ୍ଧର୍ବ ଲୋକ ଓ ପରବର୍ତ୍ତୀ ସମୟରେ ୫୦୦ରୁ ଊଦ୍ଧର୍ବ ଲୋକ ରୋଜଗାର ପାଇବେ ବୋଲି ଆକଳନ କରାଯାଇଛି ଏବଂ ବାର୍ଷିକ ୩,୫୦,୦୦୦ ଟନର ଇ-ମିଥାନଲ ଉତ୍ପାଦନ ହେବ। ୯୫ ପ୍ରତିଶତ କାର୍ବନ ନିର୍ଗମନ ହ୍ରାସ ପାଇବ। ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଇପିକଲ ଏମ୍ଡି ଭୂପିନ୍ଦର ସିଂ ପୁନିଆ, ଟାଟା ପାୱାର ଓ ଶକ୍ତି ବିଭାଗ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ମୋଦିଙ୍କ ସହ ଏକାଠି ହେଲେ ଟ୍ରମ୍ପ-ପୁଟିନ୍, ପାକ୍ ଉପରେ ହେବ ବଡ଼ ଏୟାରଷ୍ଟ୍ରାଇକ୍!
ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ତଦନ୍ତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ...

ଦିଲ୍ଲୀରେ ହଲଚଲ: ଡୋଭାଲଙ୍କୁ ବଡ଼ ଦାୟିତ୍ୱ, ଥରିଲା ପାକିସ୍ତାନ
ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ପହଞ୍ଚିଛନ୍ତି। ଏହା ପରେ ସେ ଆକ୍ରମଣ ସ୍ଥାନକୁ ମଧ୍ୟ ଯାଇଛନ୍ତି।...
ସୁନ୍ଦର କରିବ କିସ୍ମିସ୍
ଡ୍ରାଏଫ୍ରୁଟ୍ଭାବେ କିସ୍ମିସ୍ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ…....

Pahalgam Terror Attack:‘ପାକିସ୍ତାନର ରିଆକ୍ସନ ହେବ ହାର୍ଡ’, ଆତଙ୍କବାଦୀ ଆକ୍ରମଣକୁ ନେଇ ଏମିତି କହିଲେ PAK ପୂର୍ବତନ ହାଇ କମିଶନର
ଶ୍ରୀନଗର,୨୩।୪: ମଙ୍ଗଳବାର (୨୨ ଏପ୍ରିଲ) କଶ୍ମୀରର ପହଲଗାମରେ ହୋଇଥିବା Terror Attack ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ସମସ୍ତ ଦେଶର ନେତାମାନେ ଏହି...

ପିଲା ମିଛ କହୁଛି କି ?
ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

Pahalgam Terror Attack: କଶ୍ମୀରରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଲେ ଅପରାଜିତା, କହିଲେ…
ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା କେବଳ ଦେଶ ନୁହେଁ...

+୩ ପରୀକ୍ଷା ଫଳ ପ୍ରକାଶ, ଟପ ଟେନ ତାଲିକାର ୨ୟ ସ୍ଥାନରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ
ବୁଗୁଡ଼ା,୨୩।୪,(କାଳିଚରଣଦାଶ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ +୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ବୁଗୁଡ଼ା ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶିବାନୀ...

ବିଭିନ୍ନ ଦାବି ନେଇ କ୍ଷେତ ମଜଦୁର ସଙ୍ଘର ବିକ୍ଷୋଭ
ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ ): ଓଡ଼ିଶା କ୍ଷେତ ମଜଦୁର ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ବ୍ଲକ ମୁଖ୍ୟ ଫାଟକ ସମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏ...