Categories: ଜାତୀୟ

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଯମୁନା, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୧।୭: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଫଳରେ ସାଧାଣର ଜୀବନଯାତ୍ରା ବେଶ ପ୍ରଭାବିତ ହୋଇଛି। ଏଠାରେ ଏବେ ଯମୁନା ନଦୀ ଫୁଲିବାରେ ଲାଗିଛି। ଯମୁନାର ବିପଦ ସଙ୍କେତ ୨୦୫.୩୩ ମିଟର ଥିବା ବେଳେ ଏବେ ଏହା ବିପଦ ସଙ୍କେତ ଉପରେ ଅର୍ଥାତ୍‌ ୨୦୬.୨୪ ମିଟର ଉପରେ ପ୍ରବାହିତ ହେଉଛି।

ତେବେ ୨୦୭.୪୯ ଉପରକୁ ହେଲେ ବନ୍ୟା ହେବ ବୋଲି କୁହାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ଯମୁନା ନଦୀ ଉପରେ ଥିବା ପୁରୁଣା ରେଳ ବ୍ରିଜକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ତେବେ ଉତ୍ତରାଖଣ୍ଡର ବିକାଶନଗରରେ ଲଗାଣ ବର୍ଷା ଯୋଗୁ ବି ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି।

Share