ମାନିଲା,୬ା୧୦: ଫିଲିପାଇନ୍ସ ୪୨ଟି ବିମାନବନ୍ଦରରେ ଅଧିକ ସତର୍କତା ଅବଲମ୍ବନ କରିଛି। ବାଣିଜ୍ୟିକ ବିମାନରେ ବୋମା ଧମକ ପରେ ଯାଞ୍ଚ ପାଇଁ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏପରି କରିଥିବା ଶୁକ୍ରବାର କହିଛନ୍ତି।
ଫିଲିପାଇନ୍ସର ସମସ୍ତ ବାଣିଜ୍ୟିକ ବିମାନବନ୍ଦରରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲି ଫିଲିପାଇନ୍ସର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏପି)ର ମିଡିଆ ପରାମର୍ଶଦାତା କହିଛନ୍ତି।
ଏଥିରେ କୁହାଯାଇଛି ଯେ, ଚିହ୍ନଟ ହୋଇଥିବା ବିମାନଗୁଡ଼ିକ ସେବୁ, ବିକୋଲ, ଡାଭାଓ ଏବଂ ପାଲଓ୍ବାନ ଅଭିମୁଖେ ଯାତ୍ରା କରିଛି ଏବଂ ଏୟାର ଟ୍ରାଫିକ ସେବା ଦ୍ୱାରା ଚେତାବନୀ ଦିଆଯାଇଛି।