କୃଷକ ଆନ୍ଦୋଳନ: ହରିୟାଣାରେ ହାଇ ଆଲର୍ଟ

ଚଣ୍ଡିଗଡ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ପରେଡ୍‌ ବେଳେ ଦିଲ୍ଲୀରେ ଘଟିଥିବା ହିଂସାକୁ ନେଇ ପଡୋଶୀ ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ହରିୟାଣା ଡିଜିପି ମନୋଜ ଯାଦବ ରାଜ୍ୟର ସମସ୍ତ ଜିଲାରେ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ପ୍ରତ୍ୟେକ ଜିଲା ପୋଲିସ ଅଧିକାରୀଙ୍କୁ ଅତ୍ୟନ୍ତ ସଜାଗ ରହିବାକୁ କହିଛି ହରିୟାଣା ପୋଲିସ।

ଉଲ୍ଲେଖ ଥାଉ କି, ଟ୍ରାକ୍ଟର ରାଲି ଭାଗ ନେଇଥିବା କିଛି କୃଷକ ଆନ୍ଦୋଳନସ୍ଥଳକୁ ଫେରୁଥିବାବେଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆହୁରି କୃଷକ ରହିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି।

Share