Categories: ଜାତୀୟ

ମଣିପୁରର ସବୁ ଜିଲାରେ ହାଇ ଆଲର୍ଟ

ଇମ୍ଫାଲ/ନୂଆଦିଲ୍ଲୀ,୬ା୫: ମଣିପୁର ରାଜଧାନୀ ଇମ୍ଫାଲରେ ବୁଧବାର ନାଗା ଓ କୁକି ସମ୍ପ୍ରଦାୟର ଲୋକେ ‘ଆଦିବାସୀ ଏକତା ଶୋଭାଯାତ୍ରା’ କରୁଥିବାବେଳେ ସଂଖ୍ୟାବହୁଳ ମେଇତି ଅଣଆଦିବାସୀଙ୍କ ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ସ୍ଥିତି ଅଣାୟତ୍ତ ହୋଇଥିଲା। ପୋଲିସ ଗୁଳିରେ ୬ ଜଣ ନିହତ ହେବା ପରେ ରାଜ୍ୟରେ ମୋବାଇଲ ଇଣ୍ଟରନେଟକୁ ବନ୍ଦ କରାଯିବା ସହ ହିଂସା ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା, ଯାହାକି ଶୁକ୍ରବାର ମଧ୍ୟ ବଳବତ୍ତର ରହିଛି। ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂ ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କର୍ନାଟକ ଗସ୍ତ ବାତିଲ କରି ମଣିପୁର ସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛି। ଗୁରୁବାର ୯,୦୦୦ ଆଦିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଶୁକ୍ରବାର ଭାରତୀୟ ବାୟୁସେନା ଆଇ ୫୦୦ ଲୋକଙ୍କୁ ଆସାମର କାଚର ଜିଲାକୁ ନେଇଛି। ମଣିପୁରର ସବୁ ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି।

Share