ଦିଲ୍ଲୀରେ ହାଇ ଅଲର୍ଟ: ଘରଘର ବୁଲି ୭୦୦୦ ବ୍ରିଟେନ୍‌ ଫେରନ୍ତାଙ୍କର ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୨୩।୧୨: ବ୍ରିଟେନ୍‌ରେ କରୋନା ଭୂତାଣୁର ନୂଆ ରୂପ ଏବେ ମାରାତ୍ମକ ସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ୯ ଡିସେମ୍ବର ସୁଦ୍ଧା ବ୍ରିଟେନ୍‌ରୁ ଭାରତ ଫେରିଥିବା ୭୦୦୦ ଲୋକଙ୍କ ଯାଞ୍ଚ୍‌ ଘରଘର ବୁଲି କରିବାକୁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଲେ ପରବର୍ତ୍ତୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ସମସ୍ତ ବ୍ରିଟେନ୍‌ ଫେରନ୍ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପାଖକୁ ପଠାଯିବ।

Share