ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଅଞ୍ଚଳରେ ହାଇ ଆଲର୍ଟ ଜାରି

ବାଲିଗୁଡ଼ା,୧୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଙ୍ଗୁରମିଲା ଜଙ୍ଗଲରେ ବୁଧବାର ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇ ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟ ହେବା ପରେ କିଛି ମାଓବାଦୀ ମୃତ ଓ ଆହତ ହୋଇ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଏପରି ଘଟଣା ପରେ ପରେ ଉକ୍ତ ଜଙ୍ଗଲର ଚାରି ପଟୁ ସୁରକ୍ଷାକର୍ମୀମାନେ ଘେରି ରହିଥିବା ବେଳେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିବା ବିଷୟ ସୂଚନା ମିଳିଛି।

Share