ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଏବଂ ସୁସ୍ଥ ଶରୀର ନିତ୍ୟାନ୍ତ ଆବଶ୍ୟକ। ଗବେଷକଙ୍କ ଅନୁଯାୟୀ, ଯେଉଁମାନେ ଖୁବ୍ ଯତ୍ନଶୀଳ ଏବଂ ଉତ୍ତମ ଭୋଜନ କରନ୍ତି ସେମାନଙ୍କ ମୃତ୍ୟୁହାର ୧୭% ହ୍ରାସ ହୋଇଥାଏ।
‘ଆମେରିକୀୟ ଜର୍ନାଲ ଅଫ୍ ଲାଇଫଷ୍ଟାଇଲ ମେଡିସିନ’ ଅନୁଯାୟୀ , ଖାଦ୍ୟ ବ୍ୟତୀତ ଲୋକମାନେ ଅତ୍ୟଧିକ ଚଳପ୍ରଚଳ କରିବା, ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ଏବଂ ସବୁଜ ପନିପରିବା ଖାଇବା ନିତ୍ୟାନ୍ତ ଜରୁରୀ।
କାରଣ ଏହି ଲୋକମାନେ ଦୀର୍ଘଦିନ ବଞ୍ଚିଥାନ୍ତି। ବିନ୍ସ ଖାଇଲେ ଦୀର୍ଘାୟୁ ହୋଇଥାନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ବିନ୍ସରେ ପ୍ରୋଟିନ ଏବଂ ଫାଇବର ଭରପୂର ମାତ୍ରାରେ ରହିଛି। ଏଥିରେ କୌଣସି ଚର୍ବି ନ ଥାଏ। ସୁସ୍ଥ ଜୀବନ ପାଇଁ ବିନ୍ସ ବେଶ୍ ଉପକାରୀ। ଏହା ବ୍ୟତୀତ ମାନସିକ ଚାପ, ଉଚ୍ଚ ରକ୍ତଚାପ, ମଧୁମେହକୁ ମଧ୍ୟ ଏହା ହ୍ରାସ କରିଥାଏ । ବିନ୍ସରେ ପୋଲିଫେନୋଲ ନାମକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ। ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ଡାଇବେଟିସ୍ ହେବା ବ୍ୟତୀତ ଏହା ମୋଟାପଣ ଏବଂ ହୃଦ୍ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍ କରିଥାଏ। ବିନ୍ସକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଆବଶ୍ୟକ। ସାଲାଡ୍ରେ ମଧ୍ୟ ଖାଇପାରିବେ।