Categories: ଜାତୀୟ

ଆକ୍ସନ ମୋଡରେ ଭାରତ, କାନାଡା ହାଇ କମିଶନରଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଏକ ବୟାନ ଦେଇଛନ୍ତି। ଏଥିସହ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା ପଛରେ ଭାରତ ଅଛି ବୋଲି ଅଭିଯୋଗ କରିବା ପରେ କାନାଡା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି।

ବୁଧବାର ଭାରତ ମଧ୍ୟ କାନାଡା ସରକାରଙ୍କୁ ଉପଯୁକ୍ତ ଉତ୍ତର ଦେଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଅଭିଯୋଗ ଭିତ୍ତିହୀନ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଖାଲିସ୍ତାନୀ ଆତଙ୍କବାଦୀ ତଥା ଉଗ୍ରବାଦୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ପ୍ରୟାସ। ଯାହାଙ୍କୁ କାନାଡାରେ ଆଶ୍ରୟ ମିଳୁଛି।
ଏଥି ସହିତ ବୁଧବାର ସକାଳେ ଭାରତ କାନାଡାର ହାଇ କମିଶନର୍‌ କାମେରୁନ ମ୍ୟାକେଙ୍କୁ ଡକାଇଥିଲା। କାନାଡାର କୂଟନୀତିଜ୍ଞଙ୍କୁ ଭାରତରୁ ବହିଷ୍କାର କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମଙ୍ଗଳବାର ଭାରତକୁ କାନାଡାର ହାଇ କମିଶନରଙ୍କୁ ଡକାଯାଇ ଭାରତରେ ଅବସ୍ଥାପିତ ଜଣେ ବରିଷ୍ଠ କାନାଡିୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ସମ୍ପୃକ୍ତ କୂଟନୀତିଜ୍ଞଙ୍କୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡିବାକୁ କୁହାଯାଇଛି। ଏହି ନିଷ୍ପତ୍ତିରେ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡିୟ କୂଟନୀତିଜ୍ଞଙ୍କ ହସ୍ତକ୍ଷେପ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ସେମାନଙ୍କର ଯୋଗଦାନକୁ ନେଇ ଭାରତ ସରକାରଙ୍କ ଚିନ୍ତା ବଢୁଛି।

Share