Categories: ଜାତୀୟ

ଟୁଇଟରକୁ ହାଇକୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୬।୭: ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ ନ କରିଥିବାରୁ ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ ଭର୍ସନା କରିଛନ୍ତି। ଜୁନ୍‌ ୨୧ରେ ଆବାସିକ ଅଭିଯୋଗ ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ ହେବାପରେ ସେହି ସ୍ଥାନରେ ନୂତନ ନିଯୁକ୍ତି ହୋଇ ନ ଥିବାରୁ ହାଇକୋର୍ଟ ଏଭଳି କରିଛନ୍ତି। ନୂଆ ଅଧିକାରୀଙ୍କ ଶୀଘ୍ର ନିଯୁକ୍ତି ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଆଇନ ବ୍ୟବସ୍ଥାରେ ଏଥିଲାଗି ଅଧିକ ସମୟ ପ୍ରଦାନ କରାଯିବ ନାହିଁ ବୋଲି କୋର୍ଟ ରୋକଠୋକ୍‌ କହିଛନ୍ତି।

Share