ଓଡ଼ିଶାରେ ପ୍ରତିଷ୍ଠା ହେବ ନାହିଁ କି ହାଇକୋର୍ଟ ବେଞ୍ଚ, କାହିଁକି ଏମିତି କହିଲେ….

ଭୁବନେଶ୍ୱର,୨।୯: ଓଡ଼ିଶାରେ ପ୍ରତିଷ୍ଠା ହୋଇ ନ ପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି । କହିଛନ୍ତି, ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ।
ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି ବୋଲି କଳିକେଶ ନାରାୟଣ ସିଂଦେଓ ପ୍ରଶ୍ନ କରିଥିଲେ । ଏ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି । ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ବାବଦରେ କୌଣସି ପ୍ରସ୍ତାବ ନାହିଁ।

ବିଧାୟକଙ୍କ ପ୍ରଶ୍ନ କରିଥିଲେ, ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି ?

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ରଖି କହିଥିଲେ, ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ, ଓ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ।

Share