Categories: ଜାତୀୟ

ଏଏପି ନେତା ସଞ୍ଜୟ ସିଂଙ୍କୁ ହାଇକୋର୍ଟରୁ ଝଟକା

ନୂଆଦିଲ୍ଲୀ,୨୦।୧୦: ମଦ ଦୁର୍ନୀତି ମାମଲାରେ ରିମାଣ୍ଡ ଏବଂ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଆମ ଆଦମୀ ପାର୍ଟି(ଏଏପି)ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂଙ୍କୁ ଗିରଫ କରିବାକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ବିରୋଧ କରିଥିଲେ। ସୂଚନାଯୋଗ୍ୟ, ଅକ୍ଟୋବର ୪ରେ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଥିଲା। ସେ ଗତ ସପ୍ତାହରେ ହାଇକୋର୍ଟରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ।

Share