Categories: ଜାତୀୟ

କୋର୍ଟର ନିର୍ଦ୍ଦେଶ ପାଳନ କର

ବେଙ୍ଗାଲୁରୁ,୧୫।୩: ସ୍କୁଲ ଓ କଲେଜରେ ମୁସଲିମ୍‌ ଝିଅମାନେ ହିଜାବ ପିନ୍ଧିବା ଉପରେ କନର୍ର୍ାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ହିଜାବ ବିବାଦରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ହିଜାବ ଧର୍ମର ଏକ ଅଂଶ ନୁହେଁ କିମ୍ବା ଇସ୍‌ଲାମରେ ହିଜାବ ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି। ତେଣୁ ଛାତ୍ରୀମାନେ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ। ଅନ୍ୟପଟେ କୋର୍ଟଙ୍କ ଏହି ଆଦେଶକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ସ୍ବାଗତ ସହ ସମ୍ମାନ ଜଣାଇଛନ୍ତି। ଛାତ୍ରମାନଙ୍କ ପାଇଁ ଶିକ୍ଷା ଏକାନ୍ତ ଆବଶ୍ୟକ। ସମସ୍ତେ ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବା ଉଚିତ୍‌ ଏବଂ ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେହିପରି ହିଜାବ ଉପରେ ହାଇକୋର୍ଟ ଦେଇଥିବା ରାୟକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ସ୍ବାଗତ ଜଣାଇଛନ୍ତି। ରାଜ୍ୟ ଏବଂ ଦେଶକୁ ଆଗକୁ ବଢ଼ିବାକୁ ପଡ଼ିବ। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଶାନ୍ତି ବଜାୟ ରଖିବା ପାଇଁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିରୁ କର୍ନାଟକର ଅନେକ ସହରରେ ଧାରା ୧୪୪ ଲାଗୁ କରାଯାଇଛି।

Share