Categories: ଜାତୀୟ

ବିବାହ ଆଶା ନ ଥିଲେ ସାଥୀ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି ମହିଳା, ବଳାତ୍କାର ମାମଲାକୁ ଖାରଜ କଲେ ହାଇକୋର୍ଟ…

ହାଇଦ୍ରାବାବ,୧।୧୧ : ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କୌଣସି ମହିଳା ବିବାହ ଆଶା ନ ଥିଲେ ସାଥି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି। ତାଙ୍କୁ ବିବାହ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି ଆଧାରରେ ସେ ଜଣେ ପୁରୁଷଙ୍କୁ ଡେଟ କରିଥାନ୍ତି। ବିବାହର କମ ସମ୍ଭାବନା ଥିଲେ ମହିଳା ଶାରୀରିକ ସମ୍ପର୍କ ରଖିବାକୁ ଆଗଭର ହୁଅନ୍ତି ନାହିଁ। ଏହି ରାୟ ଦେବା ସହିତ କୋର୍ଟ ଏହି ବଳାତ୍କାର ମାମଲାକୁ ଖାରଜ କରିଦେଇଛନ୍ତି।

ଅଭିଯୁକ୍ତ ବିବାହରୁ ଦୂରେଇ ରହିଥିବା ସମ୍ପୃକ୍ତ ମହିଳା ଆବେଦପନ କରିଥିଲେ। ଜଷ୍ଟିସ କେ ଶ୍ରୀନିବାସ ରେଡ୍ଡୀଙ୍କ ଏକ ବେଞ୍ଚ କହିଛନ୍ତି ବିବାହର କୌଣସି ସମ୍ଭାବନା ନ ଥିବା କ୍ଷେତ୍ରରେ କୌଣସି ବୁଦ୍ଧିମାନ ମହିଳା କେବେ ମଧ୍ୟ ଶାରୀରିକ ସମ୍ପର୍କ ପାଇଁ ସମ୍ମତି ଦେବେ ନାହିଁ। ଯଦି ଅଭିଯୁକ୍ତ ବିବାହକୁ ଏଡ଼ାଇ ଆସୁଥିଲେ, ତେବେ ମହିଳା ଜଣକ କାହିଁକି ୨ ବର୍ଷ ପର୍ଯ୍ୟନ୍ତ ତାଙ୍କ ସହିତ ଏଭଳି ସମ୍ପର୍କ ରଖିଥିଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

କୋର୍ଟ କହିଛନ୍ତି ଅଭିଯୋଗକାରୀ ଜଣେ ଉଚ୍ଚଶିକ୍ଷିତ ମହିଳା ଯିଏ ଭୁଲ ବୁଝାମଣା ଏବଂ ଏହାର ପରିଣାମ ବିଷୟରେ ଅବଗତ ଅଛନ୍ତି। କୋର୍ଟ ଏଫଆଇଆର ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଅଭିଯୋଗକାରୀ ଜାଣିଛନ୍ତି ଉଭୟ ଭିନ୍ନ ସମ୍ପ୍ରଦାୟର ଅଟନ୍ତି ଏବଂ ତେଣୁ ସେମାନେ ବିବାହ କରିପାରିବେ ନାହିଁ। ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଅଭିଯୋଗକାରୀ ଅଭିଯୁକ୍ତଙ୍କ ସହ ଅନେକ ସ୍ଥାନକୁ ବୁଲିବାକୁ ଯାଇଛନ୍ତି। ଏହା ଉପରେ ଅଦାଲତ କହିଛନ୍ତି ସାଧାରଣତଃ ଏହା ଘଟେ ଯେତେବେଳେ ଦମ୍ପତି ପରସ୍ପରକୁ ପ୍ରେମ କରନ୍ତି ଏବଂ ପରବର୍ତ୍ତୀ ସମୟରେ କ’ଣ ହେବ ସେ ବିଷୟରେ ଚିନ୍ତିତ ନ ଥାନ୍ତି? ଏହି ରାୟ ସହିତ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ବଳାତ୍କାର ଅଭିଯୋଗକୁ ଖାରଜ କରି ତାଙ୍କ ବିରୋଧରେ ଥିବା ଅନ୍ୟ ଅଭିଯୋଗର ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Share