କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧିକଲେ ହାଇକୋର୍ଟ, ଜାଣନ୍ତୁ କେତେ ପର୍ଯ୍ୟନ୍ତ ବଢ଼ିଲା…

କଟକ,୩୦ା୧୦: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ/ସିପାହୀ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧି ପାଇଛି। ଆବେଦନ ପାଇଁ ବୁଧବାର ଥିବା ଶେଷ ତାରିଖକୁ ମାନ୍ୟବର ହାଇକୋର୍ଟ ବୃଦ୍ଧି କରିଛନ୍ତି।

ନଭେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ବର୍ଷ ନିଯୁକ୍ତି ବନ୍ଦ ଥିବାରୁ ମାମଲା ହାଇକୋର୍ଟ ଯାଇଛି। ସର୍ବାଧିକ ବୟସ ସୀମା କୋହଳ ପାଇଁ ଆଶାୟୀମାନେ ଆବେଦନ କରିଥିବାବେଳେ ଏ ସମ୍ପର୍କିତ ଶୁଣାଣି ନଭେମ୍ବର ୧୧ରେ କରିବାକୁ ଧାର୍ଯ୍ୟ କରାଯାଇଛି।

ନିକଟରେ ଓଡ଼ିଶା ପୋଲିସ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୭୨୦ ପଦବୀ ଯୋଗ କରାଯାଇଛି। ଫଳରେ ନିଯୁକ୍ତି ହେବାକୁ ଥିବା ପଦବୀ ୧୩୬୦ରୁ ୨୦୩୦କୁ ବୃଦ୍ଧି ପାଇଛି।

ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଯାହାକୁ ଆଜି ପୁଣି ଘୁଞ୍ଚାଯାଇଛି। ପୂର୍ବରୁ ୧୩ ଅକ୍ଟୋବର ୨୦୨୪ ଯାଏ ସମୟସୀମା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ ଝରିଗାଁରେ ଏତିକି ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦର

ଝରିଗାଁ,୩୦ା୧୦: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ମଙ୍ଗଳବାର ରାତି୧୨ଟାରୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସମସ୍ତ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ...

ସରକାରୀ ରାସ୍ତା ଉଚ୍ଛେଦ ପାଇଁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

କେସିଙ୍ଗା,୩୦ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ପଞ୍ଚାୟତ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମ ନିକଟରେ ଥିବା ବିଶ୍ୱନାଥ ରାଇସ ମିଲ୍‌କୁ ସଂଯୋଗ ହୋଇଥିବା...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଦାୟିତ୍ୱ ନେଲେ ବିନୋଦ ବେହେରା, କହିଲେ ରାଜସ୍ବ ସମମ୍ବନ୍ଧୀୟ ସେବା ଯେମିତି…

ପୁରୁଷୋତ୍ତମପୁର,୩୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ବିନୋଦ କୁମାର ବେହେରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର...

ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୩୦।୧୦: ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ। ବୁଧବାର ଏନେଇ ବିଧାନସଭା...

୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର,୩୦।୧୦: ୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ର ପ୍ରଥମ କିସ୍ତିର ୩ୟ...

ଗର୍ଭବତୀ କିରାଣିଙ୍କୁ ନିର୍ଯାତନା ଦେଇ କାର୍ଯ୍ୟରୁ ବିଦାହେଲେ ସିଡିପିଓ

କେନ୍ଦ୍ରାପଡ଼ା,୩୦।୧୦: କେନ୍ଦ୍ରାପଡ଼ା ଜିଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମଙ୍ଗଳବାର ଜଣେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri