Categories: ଜାତୀୟ

୩୦୦ ନିର୍ବାଚନୀ ହିଂସା ବେଘରଙ୍କ ପୁନର୍ବାସ ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ …

କୋଲକାତା, ୧୯।୪ : ପଶ୍ଚିମବଙ୍ଗ ନିର୍ବାଚନ ହିଂସାରେ ବେଘର ହୋଇଥିବା ୩୦୦ ଲୋକଙ୍କ ପୁନର୍ବାସ ପାଇଁ ସମିତି ଗଠନ କରିବାକୁ ମଙ୍ଗଳବାର କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦୁଇ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ କହିଛନ୍ତି। ଏହି କମିଟିରେ ଜଣେ ସଦସ୍ୟ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗର ଏବଂ ଅନ୍ୟ ସଦସ୍ୟ ମାନବ ଅଧିକାର ଆୟୋଗର ହେବେ ବୋଲି କୋର୍ଟ କହିଛନ୍ତି।

ଏହି ମାମଲାରେ ରାଜ୍ୟ ସରକାର କୋର୍ଟଙ୍କୁ କହିଛନ୍ତି ଯେ ୭୦ ଜଣ ଲୋକ ଫେରିଛନ୍ତି, ୪୩ ଜଣ ଲୋକ ଫେରିବାକୁ ଇଚ୍ଛୁକ ନୁହଁନ୍ତି ଏବଂ ୧୫୫ ଜଣ ଲୋକ ପଶ୍ଚିମବଙ୍ଗ ବାହାରର। ଏହି ମାମଲାରେ ଆବେଦନକାରୀ ଭାଜପା ନେତା ପ୍ରିୟଙ୍କା ଟିବରେୱାଲ କହିଛନ୍ତି ଯେ ଏହି ରିପୋର୍ଟ ନକଲି।

ହତ୍ୟା, ବଳାତ୍କାର ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସମ୍ବନ୍ଧୀୟ ମାମଲାଗୁଡ଼ିକର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ କୋର୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା। ନିର୍ବାଚନ ପରବର୍ତ୍ତୀ ହିଂସା ସହ ଜଡିତ ଅନ୍ୟ ଅପରାଧିକ ମାମଲାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଥିଲା। ବୁଧବାର ଏହି ମାମଲାର ପରବର୍ତ୍ତର ଶୁଣାଣି ହେବ।

Share