Categories: ଜାତୀୟ

ହ୍ବାଟ୍ସଆପ୍‌ରେ ଶୁଣାଣି କଲେ ହାଇକୋର୍ଟ

ଚେନ୍ନାଇ,୧୭।୫: ଦେଶରେ ପ୍ରଥମ ଥର ହ୍ବାଟ୍ସଆପ୍‌ ଜରିଆରେ ମାମଲାର ଶୁଣାଣି ହୋଇଛି। ମାଡ୍ରାସ ହାଇକୋର୍ଟ ବିଚାରପତି ଜି.ଆର୍‌. ସ୍ବାମୀନାଥନ ବିବାହ ଉତ୍ସବରେ ଯୋଗ ଦେଇଥିବାବେଳେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ତାଙ୍କୁ ହ୍ବାଟ୍ସଆପ୍‌ରେ କରିବାକୁ ପଡ଼ିଥିଲା। ସେ ଚାରିଟେବୁଲ ଟ୍ରଷ୍ଟ ଇନ୍‌ସ୍ପେକ୍ଟର ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରର ରଥଯାତ୍ରା ଉପରେ ସ୍ଥଗିତାଦେଶ ଲଗାଇଥିଲେ। ଯଦି ସୋମବାର ରଥଯାତ୍ରା ପାଳନ ନ ହେଲେ ଗ୍ରାମବାସୀ ଦେବଦେବୀଙ୍କ ରୋଶର ଶିକାର ହେବେ ବୋଲି ଉଲ୍ଲେଖ କରି ମନ୍ଦିରର ବଂଶାନୁକ୍ରମିକ ଟ୍ରଷ୍ଟି ପି.ଆର୍‌. ଶ୍ରୀନିବାସନ କୋର୍ଟରେ ଆବେଦନ କରିଥିଲେ। ଜଜ୍‌ ନାଗେରକୋଏଲରେ ଥିବାବେଳେ ଆବେଦନକାରୀଙ୍କ ଓକିଲ ଭି. ରାଘବଚାରୀ ଏବଂ ସଲିସିଟର ଜେନେରାଲ ଆର୍‌. ଶନମୁଗସୁନ୍ଦରମ ଭିନ୍ନ ସ୍ଥାନରେ ରହି ହ୍ବାଟ୍ସଆପ୍‌ ଜରିଆରେ ତର୍କ କରିଥିଲେ। ଚାରିଟେବଲ ଟ୍ରଷ୍ଟ ଇନ୍‌ସ୍ପେକ୍ଟରଙ୍କ ପାଖରେ ରଥଯାତ୍ରା ସ୍ଥଗିତ ଲାଗି କୌଣସି ପ୍ରକାର ଅଧିକାର ନ ଥିବା କହି ଜଜ୍‌ ଜି.ଆର୍‌. ସ୍ବାମୀନାଥନ ଉକ୍ତ ଅପିଲ୍‌ ଖାରଜ କରିଥିଲେ।

Share