Categories: ଜାତୀୟ

ଝୁଲାପୋଲ ଦୁର୍ଘଟଣା ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ…

ଅହମଦାବାଦ,୭।୧୧ : ଗୁଜରାଟ ହାଇକୋର୍ଟ ମୋରବି ଝୁଳାପୋଲ ଦୁର୍ଘଟଣା ନେଇ ସ୍ବତଃପ୍ରବୃତ୍ତ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଯେଉଁ ବିଭାଗର ଅଧିକାରୀଙ୍କଠାରୁ ଉତ୍ତର ଲୋଡା ଯାଇଛି ସେଥି ମଧ୍ୟରେ ଗୃହ ବିଭାଗ, ସହରାଞ୍ଚଳ ଗୃହ ବିଭାଗ, ମୋରବି ପୌରପାଳିକା ଏବଂ ରାଜ୍ୟ ମାନବ ଅଧିକାର ଆୟୋଗ ଅନ୍ତର୍ଭୁକ୍ତ ଅଛନ୍ତି।

ଗୁଜରାଟ ହାଇକୋର୍ଟ ଏକ ସପ୍ତାହ ମଧ୍ୟରେ ସମଗ୍ର ଘଟଣାକ୍ରମଉପରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୧୪ ତାରିଖ ସ୍ଥିର କରାଯାଇଛି। ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ଏବଂ ବିଚାରପତି ଆଶୁତୋଷ ଶାସ୍ତ୍ରୀଙ୍କ ଖଣ୍ଡପୀଠ ଏହି ଘଟଣାରେ ସ୍ବତଃ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Share