Categories: ଜାତୀୟ

ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ ନିଷ୍ପତ୍ତି,ନୋଟିସ୍‌ ଜାରି କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଏକ ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ କରିବାକୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିରୋଧରେ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଏହାକୁ ଭିତ୍ତି କରି ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ବିଚାରପତି ଏନ୍‌.ନାଗରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ଏଭଳି କରାଯାଇଛି।

ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ବ୍ୟଙ୍ଗଚିତ୍ରରେ ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କଲାଭଳି ଚିତ୍ରଣ ହୋଇଛି। କେରଳ ଲଳିତ କଳା ଏକାଡେମୀ ୧୯୬୨ରେ ସ୍ଥାପିତ ହୋଇଥିଲା। ଏହା ପେଟିଂ, ସ୍ଥାପତ୍ୟ, ବାସ୍ତୁକଳା ଏବଂ ଗ୍ରାଫିକ୍ସର ବିକାଶ ପାଇଁ କାର୍ଯ୍ୟ କରିଥାଏ। ୨୦୧୯-୨୦୨୦ ପାଇଁ ପୁରସ୍କୃତ କରାଯିବାକୁ ଥିବା ଏକ ବ୍ୟଙ୍ଗ ଚିତ୍ରରେ ଭାରତର ଭାବମୂର୍ତ୍ତିକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି।

କେରଳ କାର୍ଟୁନ ଏକାଡେମୀର ସେକ୍ରେଟାରୀ ଅନୁପ ରାଧାକୃଷ୍ଣନଙ୍କ ଦ୍ୱାରା କରାଯାଇଥିବା ଏହି ବ୍ୟଙ୍ଗଚିତ୍ରକୁ ପୁରସ୍କୃତ କରିବାକୁ ଯୋଜନା କରାଯାଇଛି। ବ୍ୟଙ୍ଗଚିତ୍ରରେ କୋଭିଡ୍‌-୧୯ ଗ୍ଲୋବାଲ ମେଡ଼ିକାଲ ସମିଟ୍‌ରେ ଇଂଲଣ୍ଡ, ଚାଇନା, ଆମେରିକା ଏବଂ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରାଯାଇଥିବାର ଚିତ୍ର ରହିଛି। ଏଥିରେ ଅନ୍ୟ ସମସ୍ତ ଦେଶର ଡାକ୍ତର ରହିଥିବାବେଳେ ଭାରତ ପକ୍ଷରୁ ଏକ ଗାଈକୁ ଗୈରିକ ବସ୍ତ୍ର ଆବୃତ୍ତ କରାଯାଇ ବସାଯାଇଛି।

ଏହି ବ୍ୟଙ୍ଗଚିତ୍ରକୁ ୨୫,୦୦୦ଟଙ୍କାର ପୁରସ୍କାର ପ୍ରଦାନ କରାଯିବାକୁ ଲଳିତକଳା ଏକାଡେମୀ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ନେଇ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି। ଜାଣିଶୁଣି ଏଭଳି କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି ବୋଲି ଅଭିଯୋଗ ହୋଇଛି।

Share