Categories: ଜାତୀୟ

ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ୬୫କୁ ବୃଦ୍ଧି ଲାଗି ସୁପାରିସ

ନୂଆଦିଲ୍ଲୀ,୧୮।୩(ଆଇଏଏନ୍‌ଏସ୍‌): ଦେଶର ହାଇକୋର୍ଟଗୁଡ଼ିକରେ ଅନେକ ବିଚାରପତି ପଦବୀ ଖାଲି ପଡ଼ିଥିବାବେଳେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିଚାଲିଛି। ତେଣୁ ହାଇକୋର୍ଟ ବିଚାରପତିମାନଙ୍କ ଅବସର ବୟସସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିବା ଲାଗି ସଂସଦୀୟ କମିଟି ସୁପାରିସ କରିଛି। ସୁପ୍ରିମକୋର୍ଟର ବିଚାରପତି ୬୫ ବର୍ଷରେ ଅବସର ନେଉଥିବାରୁ ହାଇକୋର୍ଟ ବିଚାରପତିମାନଙ୍କ ଅବସର ବୟସ ସୀମା ସମାନ ହେବା ଆବଶ୍ୟକ ବୋଲି ଆଇନ ଓ ନ୍ୟାୟ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି କହିଛି। ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟରେ ପ୍ରାୟ ୧୨ ପ୍ରତିଶତ ଏବଂ ହାଇକୋର୍ଟ ଗୁଡ଼ିକରେ ୩୯ ପ୍ରତିଶତ ବିଚାରପତି ପଦବୀ ଖାଲି ପଡ଼ିଛି।

Share