ଭାଜପା ଏମ୍‌ପିଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୨୮ା୮ (କାର୍ତ୍ତିକ ସାହୁ):ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ମଙ୍ଗଳବାର ନୋଟିସ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ନିର୍ବାଚନୀ ଅନିୟମିତତା ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନା ଅନୁସାରେ, ୨୦୨୪ ନିର୍ବାଚନରେ ଭାଜପା ଟିକେଟରେ ଏମ୍‌ପି ପ୍ରାର୍ଥୀ ଭାବେ ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ନିମନ୍ତେ ରବୀନ୍ଦ୍ର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲବେଳେ ସେ ଦେଇଥିବା ସତ୍ୟପାଠରେ ସମ୍ପତ୍ତି ତାଲିକାର ତଥ୍ୟ ଠିକ୍‌ ଭାବେ ଦର୍ଶାଇ ନାହାନ୍ତି। ସେ ଏପରି ଅନିୟମିତତା କରିଥିବା ହେତୁ ତାଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବା ନେଇ ହାଇକୋର୍ଟରେ ପିଟିଶନ୍‌ ଦାଏର ହୋଇଛି। ପରାଜିତ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ପିଟିଶନ ଦାଏର କରି ବେହେରା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share