Categories: ଜାତୀୟ

ପ୍ରିୟା ରମାନୀଙ୍କୁ ହାଇକୋର୍ଟ ନୋଟିସ

ନୂଆଦିଲ୍ଲୀ, ୧୨।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଜେ. ଆକବରଙ୍କ ଏକ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଖବରଦାତା ପ୍ରିୟା ରମାନୀଙ୍କୁ ନୋଟିସ ଜାରି କରିଛନ୍ତି। ଆକବରଙ୍କ ବିରୋଧରେ ପ୍ରିୟା ରମଣୀ ଯୌନ ନିର୍ଯାତନ ଅଭିଯୋଗ ଆଣିଥିଲେ। ଏହା ବିରୋଧରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତାଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ। ତଳକୋର୍ଟ ପ୍ରିୟା ରମାନୀଙ୍କୁ ଉକ୍ତ ମାମଲାରେ ଦୋଷମୁକ୍ତ କରିଥିବାରୁ ଆକବର ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଆକବରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ରାଜୀବ ନାୟାର ଏବଂ ଗୀତା ଲୁଥ୍ରାଙ୍କ ଜବାବ ଶୁଣିବା ପରେ ଜଷ୍ଟିସ ମୁକ୍ତା ଗୁପ୍ତା ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୧୩କୁ ଧାର୍ଯ୍ୟ କରିଛନ୍ତି। ଭାରତରେ ମିଟୂ ଅଭିଯାନ ଜୋର୍‌ ଧରିଥିବାବେଳେ ରମାନୀ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାକୁ ଆକବର ଖଣ୍ଡନ କରିବା ସହ ରମାନୀଙ୍କ ବିରୋଧରେ ୨୦୧୮ରେ ମାନହାନି ମାମଲା ଦାଏର କରିଥିଲେ। ତଳକୋର୍ଟ ଚଳିତ ବର୍ଷ ଫେବୃୟାରୀ ୧୭ରେ ରମାନୀଙ୍କୁ ଦୋଷମୁକ୍ତ କରିଥିଲେ।

Share