Categories: ଜାତୀୟ

ୟୁପି ସରକାରଙ୍କୁ ହାଇକୋର୍ଟ ନୋଟିସ

ଲକ୍ଷ୍ନୌ,୩।୧୦: ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଘଟଣା ସମ୍ପର୍କରେ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନକୁ ନେଇ ସମାଲୋଚନାର ସ୍ବର ଲମ୍ବୁଥିବାବେଳେ ରାତି ଅଧରେ ପ୍ରଶାସନର ଶବଦାହକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏଥିସହ ଉକ୍ତ ମହିଳାଙ୍କୁ ବଳାତ୍କାର କରାଯାଇ ନ ଥିବା ଦର୍ଶାଯାଇଛି।

Share