Categories: ରାଜ୍ୟ

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ଼୍ବର, ୧୮।୬: ରାଜ୍ୟରେ କନିଷ୍ଠ ଶିକ୍ଷକ ଚୟନ ମାମଲାକୁ ନେଇ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଓସେପା ପ୍ରକାଶ କରିଥିବା ମେରିଟ୍‌ ଲିଷ୍ଟ୍‌କୁ କାଏମ ରଖିଛନ୍ତି ମାନ୍ୟବର କୋର୍ଟ । ଏ ନେଇ ପୂର୍ବରୁ ପ୍ରକାଶ ପାଇଥିବା ଜଣିକିଆ ଖଣ୍ଡପୀଠଙ୍କ ରାୟରେ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ । ମେରିଟ୍‌ ସହ ପ୍ରିଫରେନ୍ସକୁ ଗୁରୁତ଼୍ବ ଦେଇ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉକି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ବିଚରଧୀନ ଥିଲା । ଅନେକ ଆଶାୟୀ ଏହି ରାୟକୁ ଅପେକ୍ଷା କରି ରହିଥିଲେ ।

Share