ପ୍ରୟାଗରାଜ, ୧୩ା୫(ଆଇଏଏନ୍ଏସ୍):ଜ୍ଞାନବାପି ମସ୍ଜିଦ ପରିସରରେ ଥିବା ‘ଶିବଲିଙ୍ଗ’ର ବୟସ ନିଶ୍ଚିତ କରିବା ଲାଗି ଏହାର ବିଜ୍ଞାନସମ୍ମତ ସର୍ବେକ୍ଷଣ କରାଇବାକୁ ଅଲ୍ଲାହାବାଦ ହାଇକୋର୍ଟ ଶୁକ୍ରବାର ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେଗଟ ସଂସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ଭେ ବେଳେ ଉକ୍ତ ଢାଞ୍ଚାର ଯେପରି କୌଣସି କ୍ଷତି ନ ଘଟେ, ତାହା ସୁନିଶ୍ଚିତ କରିବାକୁ ଏଏସ୍ଆଇକୁ କୁହାଯାଇଛି। ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ହିନ୍ଦୁ ପକ୍ଷ ଏହାର ପିଟିଶନରେ ଦାବି କରିଥିଲା। ଗୁରୁବାର ଏଏସ୍ଆଇ ଏହାର ରିପୋର୍ଟ ଦାଖଲ କରିଥିଲା। ଏହାକୁ ଅନୁଧ୍ୟାନ କରିବା ପରେ ଜଷ୍ଟିସ୍ ଅରବିନ୍ଦ କୁମାର ମିଶ୍ରାଙ୍କ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।