Categories: ଜାତୀୟ

ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ଏସ୍‌ଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ…

କୋଲକାତା, ୧୬।୨ : ପଶ୍ଚିମବଙ୍ଗ ମ୍ୟୁନିସପାଲିଟି ନିର୍ବାଚନ ସମୟରେ ହୋଇଥିବା ହିଂସା ନେଇ କୋଲକାତା ହାଇକୋର୍ଟ ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ( ଏସ୍‌ଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କିତ ସତ୍ୟପାଠ ଦାଖଲ ପାଇଁ କହିଛନ୍ତି।

ନିର୍ବାଚନୀ ହିଂସା ଏବଂ ଫେବୃୟାରୀ ୨୭ରେ ଅବଶିଷ୍ଟ ୧୦୮ ମ୍ୟୁନିସପାଲିଟିରେ ହେବାକୁଥିବା ମତଦାନ ସମୟରେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବା ଲାଗି ହୋଇଥିବା ଏକ ମାମଲାର ବିଚାର କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।

ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ରାଜଶ୍ରୀ ଭରଦ୍ୱାଜଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।

Share