Categories: ଜାତୀୟ

ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଉତ୍ତରାଖଣ୍ଡକୁ ହାଇକୋର୍ଟ ନିର୍ଦ୍ଦେଶ

ନୈନିତାଲ, ୧୬ା୬: ଉତ୍ତରାଖଣ୍ଡର ପାରୋଲା ସହରରେ ସାମ୍ପ୍ରଦାୟିକ ହିଂସା ଘଟଣାର ଶୁଣାଣି କରି ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ସ୍ଥିତି ସୁନିଶ୍ଚିତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଜିଲାରେ ଜଣେ ମୁସଲମାନ ଦୁଇଜଣ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଚଳାଇଥିବାବେଳେ ପୋଲିସ ଏହାକୁ ପଣ୍ଡ କରିଦେଇଥିଲା। ମହାପଞ୍ଚାୟତ ରୋକିବା ପାଇଁ ରାଜ୍ୟ ସରକାର ଉକ୍ତ ପାହାଡ଼ିଆ ଜିଲାରେ ଧାରା ୧୪୪ ଜାରି କରିଥିଲେ। ତେବେ ବୁଧବାର ରାତିରେ ମହାପଞ୍ଚାୟତ ପାଇଁ ହିନ୍ଦୁ ସଂଗଠନ ଓ ସ୍ଥାନୀୟ ବ୍ୟବସାୟିକ ସଂଗଠନ ବିକ୍ଷୋଭ ଘୋଷଣା କରିଥିଲେ।

Share