ଭର୍ଚୁଆଲ କୋର୍ଟ ମ୍ୟାରେଜ୍‌କୁ ହାଇକୋର୍ଟଙ୍କ ଅନୁମତି…

କୋଚି, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟର ଆତଙ୍କକୁ ଦୃଷ୍ଟିରେ ରଖି କେରଳ ହାଇକୋର୍ଟ ଏକ ଭର୍ଚୁଆଲ କୋର୍ଟ ମ୍ୟାରେଜ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ଏନ୍‌. ନଗରେଶଙ୍କ ନେତୃତ୍ୱର ଗଠିତ ଖଣ୍ଡପୀଠ କୋର୍ଟ ମ୍ୟାରେଜ୍‌ ଲାଗି ଆବେଦନ କରିଥିବା ଏକ ଯୋଡ଼ାଙ୍କୁ ଏଭଳି ଅନୁମତି ବିଶେଷ ପରିସ୍ଥିତିରେ ପ୍ରଦାନ କରିଛନ୍ତି।

ରିଣ୍ଟୁ ଥୋମାସ୍‌ ନାମକ ଜଣେ ଆଇନଜୀବୀଙ୍କୁ ବ୍ରିଟେନ୍‌ରେ ଥିବା ତାଙ୍କ ପ୍ରେମିକା ଅନନ୍ଥା କ୍ରିଷ୍ଣାନ୍‌ଙ୍କୁ ଭର୍ଚୁଆଲ୍‌ ମୋଡ୍‌ରେ ବିବାହ କରିବାଲାଗି ଆବେଦନ କରିଥିଲେ। ଏହାର ବିଚାରକରି ଖଣ୍ଡପୀଠ ବିନା ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

ଆଇନଜୀବୀ ଶାମ୍ମି ବିଜୟନ୍‌ ଏବଂ ନବୀନ ରାଧାକ୍ରିଷ୍ଣନ୍‌ଙ୍କ ଏନେଇ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ। ବିବାହ ଲାଗି କୋର୍ଟରେ ଉପସ୍ଥିତ ହେବା ଲାଗି ଡିସେମ୍ବର ୨୨ରେ ବିମାନ ଟିକେଟ ବୁକିଂ କରିଥିଲେ।

ମାତ୍ର ଓମିକ୍ରନ୍‌ ସଂକ୍ରମଣ ଯୋଗୁ ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ କରାଯିବାରୁ ଅନନ୍ଥା ଉପସ୍ଥିତ ହୋଇ ପାରୁ ନ ଥିବା ଆଇନଜୀବୀମାନେ ଦର୍ଶାଇଥିଲେ। ସରକାରୀ ଆଇନଜୀବୀ ପ୍ରିନ୍ସି ଜାଭିୟର ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ୍‌ ଅନ୍ତର୍ଗତ ଏହି ବିବାହ ୩୦ ଦିନର ନୋଟିସ୍‌ ଅବଧି ପାଳନ କରିବା ସହିତ ସମ୍ପନ୍ନ କରାଇବାକୁ ଯୁକ୍ତି ଉପସ୍ଥାପନ କରିଥିଲେ।

Share