ଆଜିଠୁୁ ହାଇକୋର୍ଟର ପୂଜା ଛୁଟି: ଜରୁରିକାଳୀନ ମାମଲା ପାଇଁ ୪ ଦିନ ଖୋଲା

କଟକ,୧୦ା୧୦ (କାର୍ତ୍ତିକ ସାହୁ):ହାଇକୋର୍ଟରେ ଚଳିତ ଦୁର୍ଗାପୂଜା ଛୁଟି ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ପୂଜା ଛୁଟି ସମୟରେ କେବଳ ଜରୁରିକାଳୀନ ମାମଲାଗୁଡ଼ିକର ଆବେଦନ ପାଇଁ ୪ ଦିନ ହାଇକୋର୍ଟ ଅଫିସ ଖୋଲା ରହିବ। ଏଥିସହ ଆସନ୍ତା ୧୮ ତାରିଖରେ ଅବକାଶକାଳୀନ ବେଞ୍ଚ ଗୋଟିଏ ଦିନ ପାଇଁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ପକ୍ଷରୁ ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟାରେ କାର୍ଯ୍ୟ କରିବେ। ଡିଭିଜନ ବେଞ୍ଚ କାର୍ଯ୍ୟ ଶେଷ ପରେ ଉଭୟ ବିଚାରପତିଙ୍କ ସିଙ୍ଗଲ ବେଞ୍ଚ ମଧ୍ୟ ସେହିଦିନ କାର୍ଯ୍ୟ କରିବ। ବିଚାରପତି ସଙ୍ଗମ କୁମାର ସାହୁଙ୍କ ସିଙ୍ଗଲ ବେଞ୍ଚରେ ଫୌଜଦାରି ମାମଲା ଏବଂ ବିଚାରପତି ମୁରାହରି ଶ୍ରୀରମଣଙ୍କ ସିଙ୍ଗଲ ବେଞ୍ଚରେ ରିଟ୍‌ ଓ ଦଓ୍ବୋନୀ ମାମଲାଗୁଡ଼ିକର ଶୁଣାଣି ହେବ। ଅବକାଶକାଳୀନ ବେଞ୍ଚରେ ଶୁଣାଣି ପାଇଁ ଜରୁରୀ ମାମଲାଗୁଡ଼ିକ ତାଲିକାଭୁକ୍ତ ନିମନ୍ତେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ କାର୍ଯ୍ୟାଳୟରେ ଥିବା ଡ୍ରପ୍‌ ବକ୍ସରେ ୧୭ ତାରିଖ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପକାଯାଇପାରିବ। ଏଥିସହ ପୂଜା ଛୁଟିବେଳେ ୧୪, ୧୫, ୧୭ ଓ ୧୮ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିବ। ଅଦାଲତ ଖୋଲିବା ଯାଏ ଅପେକ୍ଷା କରି ନ ହେବା ଭଳି ମାମଲାଗୁଡ଼ିକର ଆବେଦନ ଏହି ୪ ଦିନରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ କରିହେବ।

ଅକ୍ଟୋବର ୯ ତାରିଖରୁ ଆବେଦନ କରାଯାଉଥିବା ରିଟ୍‌, ଦଓ୍ବୋନୀ ଓ ଫୌଜଦାରି ମାମଲାଗୁଡ଼ିକ ମଧ୍ୟରୁ ସ୍ବତନ୍ତ୍ର ଜରୁରୀ ଥିବା ମାମଲାଗୁଡ଼ିକୁ ଅବକାଶ କାଳୀନ ବେଞ୍ଚରେ ବିଚାର ପାଇଁ ତାଲିକାଭୁକ୍ତ କରାଯିବ। ମାତ୍ର ଭାରତୀୟ ନ୍ୟାୟ ସଂହିତାର ୪୮୨ ଓ ୪୮୩ ଧାରାରେ ତାଲିକାଭୁକ୍ତ ହୋଇ ନ ଥିବା କିମ୍ବା ନୂଆ ଜାମିନ ଆବେଦନଗୁଡ଼ିକ ପଞ୍ଜୀକରଣ ତାରିଖ ଅନୁଯାୟୀ ତାଲିକାଭୁକ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲାପାଳ, ଝାରସୁଗୁଡ଼ାରେ ୪୬ ଟପିଲା ତାତି

ଭୁବନେଶ୍ୱର,୨୨।୪: ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଜନିତ ପରିସ୍ଥିତି ମଧ୍ୟରେ ଝାରସୁଗୁଡ଼ା ଜିଲାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ...

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା: ସ୍ବାମୀ ଫେରାର

ଲକ୍ଷ୍ମୀପୁର,୨୨।୪: କୋରାପୁଟ ଜିଲା ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ...

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

୨୪ରୁ ଦିଆଯିବ ନୂଆ ରାଶନ କାର୍ଡ: ଏଯାବତ୍‌ E-KYC କରିନାହାନ୍ତି…

ଭୁବନେଶ୍ୱର,୪।୨୨ ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାଶନ କାର୍ଡ। ପ୍ରଥମ ପର୍ଯ୍ୟାୟ ରାଶନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image